ସତରଶ ସାଲରେ ଇଂରେଜକବି ଆଲେକ୍ଜାଣ୍ଡର୍ ପୋପ୍, ମାତ୍ର ବାର ବର୍ଷ ବୟସରେ ନିସଙ୍ଗତାକୁ ମନୁଷ୍ୟର ସୁଖର ଚାବି କାଠିବୋଲି ଚିତ୍ରିତ କରି, ‘An Ode on Solitude’ନାମକ ଏକ କବିତା ରଚନା କରିଥିଲେ l ଏହା ନିସଙ୍ଗତାର ଶ୍ରେଷ୍ଠତମ ବନ୍ଦନା ରୂପେ ବିବେଚିତ ହୋଇ ଥାଏ l ବାଳକ ପୋପ୍ ଏ କବିତାରେ ତାଙ୍କ କଳ୍ପନା ଦ୍ୱାରା ଜଣାଇ ଦେଇ ଥିଲେ,ମାତ୍ର କେଇଏକର ପୈତୃକ ଜମିରେ ଚାଷବାସ,ଗୋପାଳନ କରି ଶାନ୍ତିରେ ଘଣ୍ଟା ଘଣ୍ଟା, ଦିନ ଦିନ,ମାସ ମାସ,ବର୍ଷ ବର୍ଷ ବିତାଇବା ପରେ ଅଜଣା ଅଶୁଣା ଭାବରେ ଏହି ଦୁନିଆରୁ ବିଦାୟ ନେବା ଏକ ସୁଖୀ ଜୀବନ l ନିଜ ଜମିର ଫସଲ, ନିଜ ଗାଈର ଦୁଧ,ନିଜ ଗଛ କାଠ,ନିର୍ଜନ ମୁହୂର୍ତ୍ତ, ଧ୍ୟାନ,ସୁଖ ନିଦ୍ରା ଇତ୍ୟାଦି ଏକ ସୁଖ ମୟ ଜୀବନ ବିତାଇବା ପାଇଁ ଯଥେଷ୍ଟ ନୁହେଁ, ଏ କଥା ପୋପ୍ ସେତେବେଳେ କିଶୋର ସୁଲଭ ଚିନ୍ତାଧାରାରେ ଅନୁମାନ କରିପାରି ନଥିଲେ l
ଏକ ଇଂରେଜ ଜଳଦସ୍ୟୁ ଜାହାଜର ନାବିକ ଥିବା ଆଲେକ୍ଜାଣ୍ଡର୍ ସେଲ୍କାର୍କଙ୍କ ସେହି ଜାହାଜର କ୍ୟାପଟେନଙ୍କ ସହିତ ମତାନ୍ତର ହେବା ଫଳରେ କ୍ୟାପଟେନ ତାହାଙ୍କୁ ଦକ୍ଷିଣ ଆମେରିକାର ଚି଼ଲ୍ଲୀ ଉପକୂଳଠାରୁ ପ୍ରାୟ ସାତଶହ କିଲୋମିଟର ଦୂର ସ୍ଥିତ ହୁଆନ ଫର୍ଣ୍ଣାଣ୍ଡେଜ୍ ଦ୍ୱୀପପୁଞ୍ଜର “ମାସ୍ ଏ ଟିଏରା” ନାମକ ଏକ ନିର୍ଜନଦ୍ୱୀପରେ ଛାଡ଼ିଦେଇ ଜାହାଜ ନେଇ ପଳାଇଗଲେ l ଏ ଘଟଣାଟି ଘଟି ଥିଲା 1704 ମସିହାରେ l ସେଲ୍କାର୍କଙ୍କ ରହିବା ଖାଇବା ପାଇଁ କ୍ୟାପଟେନ ତାଙ୍କୁ ନିର୍ଜନ ଦ୍ୱୀପରେ ଓହ୍ଲାଇ ଦେବା ସମୟରେ ତାଙ୍କ ନିମନ୍ତେ ଗୋଟିଏ ଗୋଟିଏ ବନ୍ଧୁକ, ଟାଙ୍ଗିଆ, ଛୁରୀ, ରନ୍ଧନ ପାତ୍ର, କିଛି ଲୁଗା ପଟା,ଶେଜ ଏବଂ ଖଣ୍ଡେ ବାଇବେଲ ଦେଇ ଯାଇଥିଲେ l ସେଲ୍କାର୍କ ନିର୍ଜନ ଦ୍ୱୀପରେ ଏକମାତ୍ର ମାନବ ଅଧିବାସୀ ଭାବରେ ସେଠାରେ କାଳ ବିତାଇଥିଲେ l ଚାରି ବର୍ଷ ପରେ ଅନ୍ୟ ଏକ ଜାହାଜ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲା l ସେଲ୍କାର୍କଙ୍କ ଏହି ନିର୍ବାସନ ଅନୁଭୂତିକୁ ଆଧାର କରି ଇଂରାଜୀ ଔପନ୍ୟାସିକ ଡାନିଏଲ୍ ଡିଫୋ ୧୭୧୯ ରେ ତାଙ୍କର ବିଶ୍ୱ ପ୍ରସିଦ୍ଧ ଆଡ୍ଭେଞ୍ଚର୍ କାହାଣୀ ‘ରବିନ୍ସନ୍ କ୍ରୁସୋ’ ରଚନା କରିଥିଲେ l
୧୭୮୨ ସାଲରେ ଅନ୍ୟତମ ପ୍ରଖ୍ୟାତ ଇଂରେଜ କବି ଓ୍ଵିଲିଅମ୍ କାଓପର୍ ଆଲେକ୍ଜାଣ୍ଡର୍ଙ୍କ ସେ ନିର୍ଜନ ଦ୍ୱୀପଟିରେ ନିର୍ବାସନ ଅନୁଭୂତିକୁ ନିଜେ ସେଲ୍କାର୍କଙ୍କ ଦ୍ୱାରା ରଚିତ ଗୋଟିଏ କାଳ୍ପନିକ କବିତାରେ ପ୍ରକାଶ କରି ମନୁଷ୍ୟପାଇଁ ନିସଙ୍ଗତା ଯନ୍ତ୍ରଣାକୁ ଏଭଳି କାଳଜୟୀଭାବରେ ଉପସ୍ଥାପିତ କରିଥିଲେ ଯାହା ପୂର୍ବରୁ ଆଲେକ୍ଜାଣ୍ଡର ପୋପ୍ ଆଙ୍କିଥିବା ନିସଙ୍ଗତା ଚିତ୍ରଠାରୁ ବିପରୀତ ଥିଲା l ଇଂରାଜୀରେ ରଚିତ କବିତାଟିର ଶୀର୍ଷକ ଥିଲା, The Solitude of Alexander Selkirk ଏହା ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ଅନୁଦିତ ହୋଇ ଆତ୍ମ ପ୍ରକାଶ କରିଥିଲା କାଳଜୟୀ ସୃଷ୍ଟି ‘ନିର୍ବାସିତର ବିଳାପ’ ନାମରେ l ଉତ୍କଳ ସାହିତ୍ୟ ଭଣ୍ଡାରରେ ଏହା ଏକ ଅମୁଲ୍ୟ ରତ୍ନ l ଏହି ଦୁଇ କବିତାର ପଂକ୍ତି ଗୁଡ଼ିକୁ ପଢ଼ିଲେ ପାଠକେ ବିସ୍ମିତ ତଥା ଆନନ୍ଦିତ ହୋଇଥାନ୍ତି l ଏହି ପଂକ୍ତି ଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା l
I am monarch of all I survey;
My right there is none to dispute;
From the centre all round to the sea,
I am lord of the fowl and the brute.
O Solitude! where are the charms
That sages have seen in thy face?
Better dwell in the midst of alarms,
Than reign in this horrible place.
ଦେଖଇ ନେତ୍ର ଯାହା ଚଉ ଦିଗର l
ସେ ସର୍ବର ଅଟଇ ମୁଁ ଅଧିଶ୍ୱର ll
ମହୀ ମଣ୍ଡଳେ ନାହିଁ ଏମନ୍ତ ଜନ l
ମୋ ଅଧିକାର ଲୋଭେ କରିବ ରଣ ll
ଚାରି ଆଡ଼ରେ ନୀଳ ସମୁଦ୍ର ଯାଏ l
ଫୁଲ ଫଳ ଶୋଭିତ ବନ ଲତାଏ ll
କୀଟ ପତଙ୍ଗ ପକ୍ଷୀ କେଶରୀ କରୀ l
ପଶୁ ସୃଷ୍ଟି ଯେତେକ ସବୁ ମୋହରି ll
ବିଜନତା କାହିଁ ତୋ ବେଶ ମୋହନ l
ଯେ ବେଶେ ମୋହିଲୁ ତୁ ମୁନି ନୟନ ll
ବରଂ ନିବାସ ଭଲ ରଣ କ୍ଷେତ୍ରରେ l
ଭୟରେ ସଦା ଯହିଁ ହୃଦୟ ଥରେ ll
I am out of humanity’s reach;
I must finish my journey alone;
Never hear the sweet music of speech.
I start at the sound of my own;
The beasts that roam over the plain
My form with indifference see.
They are so unacquainted with man,
Their tameness is shocking to me.
ସୁନ୍ଦର ଦେବ ତୁଲ୍ୟ ନର ଆନନ l
ଦେଖିବନାହିଁ ଆଉ ମୋର ନୟନ ll
ଲିଭିବ ଏଥି ମୋର ଜୀବନ ଦୀପ l
ଏ ବାରତା ନ ଯିବ ଜନ ସମୀପ ll
*
ଭ୍ରମନ୍ତି ଚଉପାଶେ ପଶୁ ନିକର l
ନୁହଁନ୍ତି ମୋତେ ଦେଖି ଭୟେ କାତର ll
ଜାଣି ନାହାଁନ୍ତି କେବେ ନର ପ୍ରଭାବ l
ଏଣୁ ତାଙ୍କର ଏହି ଅନାସ୍ଥା ଭାବ ll
Society, Friendship, and Love
Divinely bestow’d upon man,
Oh had I the wings of a dove
How soon would I taste you again!
My sorrows I then might assuage
In the ways of religion and truth,
Might learn from the wisdom of age,
And be cheer’d by the sallies of youth.
କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର l
ଯାର ପ୍ରାପତି ଯୋଗୁଁ ଦେବତା ନର ll
ଥାଆନ୍ତା ଯେବେ ମୋର ବିହଙ୍ଗ ପକ୍ଷ l
ଲଙ୍ଘି ଭୀଷଣ ଗିରି ସମୁଦ୍ର ବକ୍ଷ ll
ଦେଖନ୍ତି ପ୍ରିୟଜନ ମୁଖ କମଳ l
ହୁଅନ୍ତା ସନ୍ତାପିତ ପ୍ରାଣ ଶୀତଳ ll
ଧରମ ସତ୍ୟ ପଥେ ନିତ୍ୟ ସଞ୍ଚରି l
ନାଚନ୍ତା ଆନନ୍ଦରେ ହୃଦ ମୋହରି ll
ପ୍ରବୀଣ ଜନଠାରୁ ସଦୁପଦେଶ l
ଲଭି ହୁଅନ୍ତି ମୁହିଁ ବିଜ୍ଞ ବିଶେଷ ll
ତରୁଣ ସଙ୍ଗେ ମିଳି ନନା ରଙ୍ଗରେ l
ଗମନ୍ତି କାଳ ଆହା କି ଆମୋଦରେ ll
Ye winds that have made me your sport,
Convey to this desolate shore
Some cordial endearing report
Of a land I shall visit no more.
My friends, do they now and then send
A wish or a thought after me?
O tell me I yet have a friend,
Though a friend I am never to see.
ରେ ବାୟୁ କ୍ରୀଡ଼ନକ ମୁହିଁ ତୋହର l
ମୋର ପ୍ରାର୍ଥନା ବାରେ ଶ୍ରବଣ କର ll
ବହି ଆଣ ସ୍ବଦେଶ ସୁ ସମାଚାର l
ପାଇବି ନାହିଁ ଆଉ ଦର୍ଶନ ଯାର ll
ଶୁଣି ସେ ପ୍ରୀୟ ବାର୍ତ୍ତା ଏ ଭୀମ ସ୍ଥଳେ l
ଭାସିବ ଚିତ୍ତ ମୋର ଆନନ୍ଦ ଜଳେ ll
ମୋ ଘେନି ଭାଳନ୍ତି କି ବନ୍ଧୁ ନିକର l
ମୋତେ ଦେଖିବାକୁ କି କାନ୍ଦେ ଅନ୍ତର ll
କହ କହ ସମୀର ସବୁ ଫିଟାଇ l
ବନ୍ଧୁ ମଧ୍ୟରେ ମୋର କେହି କି ନାହିଁ ll
ନିରାଶ ମୋ ହୃଦୟ ନୋହି ନିଷ୍ଠୁର l
କହି ବାରତା କର ସଂଶୟ ଦୂର ll
How fleet is a glance of the mind!
Compared with the speed of its flight,
The tempest itself lags behind,
And the swift-wingèd arrows of light.
When I think of my own native land,
In a moment I seem to be there;
But, alas! recollection at hand
Soon hurries me back to despair.
ଆହା କିବା ଅଦ୍ଭୁତ ମନର ଗତି l
ଅଚିନ୍ତନୀୟ ଅଟେ ତାର ଶକତି ll
କ୍ଷଣ ମାତ୍ରକେ ମନ କରେ ଦର୍ଶନ l
ଏହି ଅପରିସୀମ ବିଶ୍ଵ ଭୂବନ ll
ଜିଣଇ ସହଜରେ ମନୁଷ୍ୟ ମତି l
ପ୍ରଭଞ୍ଜନର ବେଗ ଆଲୋକ ଗତି ll
ଯେତେବେଳେ ସ୍ବଦେଶ ପଡ଼ଇ ମନେ l
ବିଚାରଇ ମୁଁ ଅଛି ନିଜ ସଦନେ ll
ଆତ୍ମୀୟ ବନ୍ଧୁ ବର୍ଗ ଚାରି ଆଡ଼ରେ l
ତାଙ୍କ ସଙ୍ଗତେ ଯେହ୍ନେ ମୁଁ କାଳ ହରେ ll
କିନ୍ତୁ ପୂରୁବ କଥା କଲେ ସ୍ମରଣ l
ନୈରାଶ୍ୟ ସାଗରରେ ବୁଡ଼ଇ ମନ ll
But the sea-fowl is gone to her nest,
The beast is laid down in his lair;
Even here is a season of rest,
And I to my cabin repair.
There’s mercy in every place;
And mercy—encouraging thought!—
Gives even affliction a grace,
And reconciles man to his lot.
ବୃଥା ଭାବନା ଆଉ କରିବି ନାହିଁ l
ଭାବନାରେ ଆନନ୍ଦ ମିଳଇ କାହିଁ ll
ନୀଡ଼ କୋଳରେ ସୁପ୍ତ ପକ୍ଷୀ ନିକର l
ଆଶ୍ରିଲେଣି ପଶୁଏ ନିଜ ଗହ୍ୱର ll
ଉପସ୍ଥିତ ରଜନୀ କାଳ ଗମ୍ଭୀର l
ନିହିବି କୁଟୀରରେ ଏବେ ଶରୀର ll
ଅଛନ୍ତି ସର୍ବ ସ୍ଥଳେ ଜଗଦୀଶ୍ଵର l
ଦୟାମୟ ଫେଡ଼ିବେ ଦୁଃଖ ମୋହର ll
ଈଶ୍ୱର ଦୟା ଆହା କିବା ଉଦାର l
ଲଘୁ କରଇ ଦୁଃଖୀ ହୃଦୟ ଭାର ll
ଜନମାଏ ସନ୍ତୋଷ ମନୁଷ୍ୟ ମନେ l
ମଣ୍ଡଇ ହୃଦ ରାଜ୍ୟ ଶାନ୍ତି ରତନେ ll
🙏🙏🙏
ଅର୍ଜୁନୀ
———————-
ଆଜି ତାଙ୍କ ଜନ୍ମ ଜୟନ୍ତୀରେ ଭକ୍ତକବିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି l
💅💅💅💅💅
————
ଅର୍ଜୁନୀ ଚରଣ ବେହେରା
ପୋଖରୀପୁଟ, ଭୁବନେଶ୍ୱର
ମୋ -7693091971