N Aa
Add to Library  

ସବୁକିଛି ପରି, ରାଜନୀତିରେ ବି ବିଚାରଗତ ମୂଲ୍ୟବୋଧର ଅବକ୍ଷୟ ଘଟିଚାଲିଛି । ନା ନୀତି ନା ଆଦର୍ଶ । ଯେଉଁଠି ସେବା ହେବା କଥା ମୂଳମନ୍ତ୍ର, ସେଠାରେ ସକଳ ଆଦର୍ଶକୁ ଜଳାଞ୍ଜଳି ଦେଇ ଭୋଗ ପାଲଟିଛି ରାଜନୀତିର ମୂଳ ଲକ୍ଷ୍ୟ । ଏହା ଆଜି ନୁହେଁ, ରାଜନୈତିକ ଦର୍ଶନର ଜନ୍ମ ତିଥିରୁ ଏ ପର୍ଯ୍ୟନ୍ତ ଚାଲି ଆସିଛି । ବୁଭୁକ୍ଷୁର ଛାତି ଫଟା ଚିତ୍କାର, ନିଷ୍ପେଷିତ ମଣିଷର ଡହଳ ବିକଳ, ଦରିଦ୍ରର ପୀଡା – ଏସବୁକୁ ସବୁଦିନ ପାଇଁ ସମୂଳେ ବିନାଶ କରିବାର ପ୍ରତିଜ୍ଞା ନେଇ ସେବା ମନୋବୃତ୍ତି ସମ୍ପନ୍ନ ଜଣେ ବ୍ୟକ୍ତି ଅଚାନକ ତାଙ୍କ ଅଜାଣତରେ ପାଲଟି ଯାଉଛି ସେବକରୁ ରାଜନେତା । ଫୁଲତୋଡା, ଅଭିନନ୍ଦନ ପତ୍ର, ଉପଢୌକନରୁ ସେବକଟି ସିଧା ଲମ୍ଫ ଦେଉଛି ସେବାରୁ ରାଜନୈତିକ ପ୍ରତିଦ୍ଵନ୍ଦ୍ଵିତାକୁ । ଏସବୁ ଦେଖି ଜଣେ ସଚ୍ଚୋଟ ସେବକର ବିଚାରଧାରା ହେଉଛି କଳୁଷିତ ଏବଂ ସେ ବାରମ୍ବାର ନିଜକୁ ଭେଟୁଛି ଦ୍ଵନ୍ଦ୍ଵର ଦୋଛକିରେ ।

ଗୋଦାବରୀଶ ମହାପାତ୍ରଙ୍କର ଗଳ୍ପ “ମୁଁ ଦିନେ ମନ୍ତ୍ରୀ ଥିଲି” ଏହି ପରିପ୍ରେକ୍ଷୀରେ ଲିଖିତ ଏକ ଉଚ୍ଚ କୋଟୀର ଆଦର୍ଶ କାହାଣୀଟିଏ । ଆସନ୍ତୁ ଶୁଣିବା ଗୋଦାବରୀଶ ମହାପାତ୍ରଙ୍କର ଏହି ଗଳ୍ପ “ମୁଁ ଦିନେ ମନ୍ତ୍ରୀ ଥିଲି” ।

Comments