N Aa
Add to Library  

ଜଣେ ବନବାସୀ ଆଦିବାସୀ ପାଇଁ ପ୍ରକୃତି କେବଳ ତା’ ମା’ ନୁହେଁ, ପ୍ରକୃତି ତା’ ପାଇଁ ପେଟପାଟଣା,

ଚିତ୍ତବିନୋଦନ, ଆଶା ଭରସା, ସ୍ନେହ ସଦିଚ୍ଛା ଏ ସବୁକିଛିର ମାଧ୍ୟମ । ମୋଟାମୋଟି ପ୍ରକୃତିର ନିୟମ ହିଁ ତା’ ପାଇଁ ଶେଷ କଥା । ତାହା ତା’ର ପୂଜା ପାର୍ବଣ ହେଉ ବା ରୋଗବ୍ୟାଧିର ଉପଚାର । ସେ ମଣିଷ ନୁହେଁ, ପଶୁ-ଜନ୍ତୁଙ୍କ ଜୀବନ ସହିତ ନିଜକୁ ତଉଲୁଥାଏ ଚିରକାଳ । ବାଘର ରୋଗ, ହରିଣର କ୍ଷତ, ହାତୀର ବ୍ୟାଧିକୁ ଯଦି ପ୍ରକୃତିର ଚେରମୂଳ, ଲତାପତ୍ର ଉପଶମ କରିପାରେ, ତେବେ ମଣିଷ କାହିଁକି ଯିବ ଗୋଟିଏ ରୁଦ୍ଧ ଦ୍ଵାରରେ ଆଉ ଜଣେ ମଣିଷ ହାତରୁ ଔଷଧ ଖାଇବା ପାଇଁ ? ଡାକ୍ତରଖାନାରେ ଔଷଧ ଦେଉଥିବା ସେ ଲୋକଟା କ’ଣ ପ୍ରକୃତିଠାରୁ ଏତେ ବଡ, ଏତେ ପାରିବାର !!! ନିରୀହ ବନବାସୀ ଶୁକ୍ରୁଜାନି ଆଗରେ ଏଇ ପ୍ରଶ୍ନ ଏକ ଅସମାହିତ ରୂପ ନେଇ ଠିଆହୁଏ । ତା’ ଆଖିର ଗୋଟିଏ ପାଖେ ପ୍ରକୃତି ଆଉ ପ୍ରାକୃତିକ ଉପଚାର । ପୁଣି ଆଖିର ସେ ପାଖେ ଚିକିତ୍ସା ବିଜ୍ଞାନ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା । ଦ୍ଵନ୍ଦ୍ଵ ଓ ସଂଶୟ ଭିତରେ ଦିନେ ଶୁକ୍ରୁଜାନିକୁ ଆଖି ବୁଜିବାକୁ ପଡ଼େ ।

ଛୋଟ କାହାଣୀଟିଏ ହେଲେ ବି ଆଧୁନିକତାକୁ ଆପଣେଇ ନ ପାରୁଥିବା ଆଦିମ ବନବାସୀ ମଣିଷର ମନସ୍ତତ୍ତ୍ୱ ତା’ର ଅସହାୟତାକୁ ନେଇ ଏହା ଏକ ଚମତ୍କାର କାହାଣୀ | ଆସନ୍ତୁ ଶୁଣିବା, ବରେଣ୍ୟ କଥାକାର ଗୋଦାବରୀଶ ମହାପାତ୍ରଙ୍କର ଏଇ ଯୁଗାନ୍ତକାରୀ ଗଳ୍ପ “ଆଖିର ସେ ପାଖେ” |

Comments