ମଣିଷର ଜୀବନ ସାର୍ଥକ ହୋଇଥାଏ ଯେଉଁଠି ପ୍ରେମ ଦେହସ୍ତର ଅତିକ୍ରମି ଦେହାତୀତ ସ୍ତରକୁ ଗତି କରେ । ଶୁଦ୍ଧପ୍ରେମ ସମସ୍ତଙ୍କ ଭାଗ୍ୟରେ ନଥାଏ । ନିର୍ମଳ ଦାମ୍ପତ୍ୟ ପ୍ରେମ ମଣିଷକୁ ଧନ୍ୟ କରିଦିଏ । ଦାରିଦ୍ର୍ୟ ଭିତରେ ବି ପ୍ରେମର ଶୁଦ୍ଧ ଦ୍ୟୁତି ପରିସ୍ଫୁଟିତ ହୋଇଥାଏ । ସପ୍ନା ଓ ଚେମୀର ଆବେଗିତ ପ୍ରେମ ମଧ୍ୟରେ ଦାନ-ପ୍ରତିଦାନର ସମ୍ପର୍କ ନାହିଁ । ଶୁଦ୍ଧଅନ୍ତଃକରଣରେ ପରସ୍ପର ନିକଟରେ ବନ୍ଧା । ଜଣଙ୍କର ସୁଖ-ଦୁଃଖରେ ଅନ୍ୟ ଜଣେ ଭାଗୀଦାର । ଜୀବନ ପ୍ରତି ଉଦାର ଓ ପରସ୍ପର ପ୍ରତି ଉତ୍ସର୍ଗୀକୃତ । ସତେ ଯେପରି ଜଣେ ଅନ୍ୟଜଣକ ପାଇଁ ସୃଷ୍ଟି । ସୁଖ-ଦୁଃଖର ସଂସାରରେ ମାନଅଭିମାନ ନାହିଁ, ବରଂ ପରସ୍ପରକୁ ଦେବାରେ ହିଁ ସେମାନେ ଜୀବନର ସାର୍ଥକତା ଦେଖନ୍ତି । ନୀଚ୍ଚକୁଳରେ ଜାତ ହୋଇଥିଲେ ବି ମନରେ କୌଣସି ନୀଚ୍ଚତା ନାହିଁ, ବରଂ ଉଚ୍ଚ ନୈତିକ ମୂଲ୍ୟବୋଧ ସେମାନଙ୍କୁ ଜୀବନକୁ ସାର୍ଥକ କରିଦେଇଛି । ସେଇଥିପାଇଁ ତ ସେମାନେ ଲୋକମୁଖରେ ବଗଲାବଗୁଲି । ଜଣକ ବ୍ୟତିରେକେ ଅନ୍ୟ ଜଣକର ସତ୍ତା ଅକଳ୍ପନୀୟ । ଏକ ସମୟରେ ଉଭୟେ ଅସୁସ୍ଥ । ସେହି ଅସୁସ୍ଥତା ମଧ୍ୟରେ ବି ପରସ୍ପର ପ୍ରତି ଦରଦୀ । ଏହି ସରଳ ଦୁଇପ୍ରାଣୀଙ୍କ ଶେଷ ଜୀବନର ଦୁଃଖଦ ପରିଣତି ଜାଣିବା ପାଇଁ ଶୁଣନ୍ତୁ ଫକୀରମୋହନଙ୍କ ‘ବଗଲାବଗୁଲୀ’ ଗଳ୍ପ ।
One response to “Bagala Baguli”