ଜନ ସମୁଦାୟଙ୍କ ଉନ୍ନତି ଓ ସମାଜର ସାମୂହିକ ବିକାଶ ପାଇଁ ସରକାରୀ ଯୋଜନାମାନ ପ୍ରଣୟନ କରାଯାଏ । ବିଶେଷ କରି ସମାଜର ତଳ ସ୍ତରର ଲୋକମାନଙ୍କର ପ୍ରଗତିକୁ ଦୃଷ୍ଟିରେ ରଖି ତାହା ପ୍ରସ୍ତୁତ କରାଯାଏ । କିନ୍ତୁ ବେଳେବେଳେ କିଛି ଯୋଜନା ସମାଜର ନିମ୍ନ ବର୍ଗର ଲୋକଙ୍କ ପାଇଁ ପ୍ରଗତି ବା ସୁଦିନ ଆଣିବା ପରିବର୍ତ୍ତେ ସେମାନଙ୍କ ଜୀବନକୁ କରିଦିଏ ଦୁର୍ବିଷହ । ବିଶେଷ କରି ପ୍ରଥା ପରମ୍ପରାକୁ ଜୀବନର ମନ୍ତ୍ର ବୋଲି ଧରିନେଇଥିବା ଖଟିଖିଆ ମଣିଷଗୋଷ୍ଠୀ ଏହାଦ୍ଵାରା ଦୁର୍ଦ୍ଦିନର ଶିକାର ହୋଇ ହରାଇ ବସନ୍ତି ସେମାନଙ୍କ ଜୀବନଜୀବିକା । କାହାଣୀଟି କାହାଣୀ ହେଲେ ହେଁ ନିଚ୍ଛକ ସତ ପରି ଲାଗେ । ଗାଈ ଗୋଠରେ ଦିନ କାଟୁଥିବା ଭଗିଆ ଗଉଡ଼ ପାଇଁ ସରକାରୀ ଯୋଜନା ପାଲଟିଯାଏ ଅଭିଶାପ । ଗାଈ ଗୋଠରେ ତାରୁଣ୍ୟରୁ ଦିନ କାଟି ଆସୁଥିବା ଭଗିଆ ଗଉଡ଼ ଯେତବେଳେ କାଳ ନିଦ୍ରାରେ ଶୋଇଯାଏ, ତା’ପାଇଁ ବି ଗୋଟେ ଶୋକସଭା ହୁଏ । କିନ୍ତୁ କିଏ କରେ ଏଇ ଶୋକସଭା ? କିଏ ଦିଏ ଶ୍ରଦ୍ଧାଞ୍ଜଳି ?
ଆସନ୍ତୁ ଶୁଣିବା , ପ୍ରଖ୍ୟାତ କଥାକାର ଗୋଦାବରୀଶ ମହାପାତ୍ରଙ୍କର ଆଉ ଏକ ଭାବପୂର୍ଣ୍ଣ ମନ ଛୁଆଁ ଗଳ୍ପ “ଶୋକସଭା” ।