N Aa
Add to Library  

ସମୟ ବଡ ବଳବାନ୍ । ସମୟ ସହିତ ତାଳ ଦେଇ ବଦଳୁଥାଏ ପରିବେଶ, ପରିସ୍ଥିତି ଏବଂ ମଣିଷର ମାନସିକତା । ଏଇ ମୁହୂର୍ତ୍ତର ନିଷ୍ପତ୍ତି ପର ମୁହୂର୍ତ୍ତରେ ଭୁଲ୍ ଲାଗିଥାଏ । ପୁଣି କେବେ ସେଇ ନିଷ୍ପତ୍ତିକୁ ଅନୁଧ୍ୟାନ କଲେ ନିଜ ପ୍ରତି ଲଜ୍ଜା ବା ଘୃଣାଭାବ ଆସିଥାଏ । ତେବେ ମାନସିକ ଦ୍ଵନ୍ଦ୍ଵ ଚିରକାଳ ମଣିଷର ନିଷ୍ପତ୍ତିକୁ ପ୍ରଭାବିତ କରି ଆସିଛି । ଏଇ ପ୍ରେକ୍ଷାପଟ୍ଟରେ ସ୍ଵର୍ଗତଃ ଗୋଦାବରୀଶ ମହାପାତ୍ରଙ୍କ ରଚିତ ଗଳ୍ପ – “ବଚନ ରକ୍ଷା” ବେଶ୍ ପ୍ରଯୁଜ୍ୟ ।
ଓଡିଆ ସାହିତ୍ୟରେ “ନିଆଁଖୁଣ୍ଟା” ପତ୍ରିକା, “ଉଠ କଙ୍କାଳ” କବିତା, “ମାଗୁଣୀର ଶଗଡ” ଓ “ନୀଳ ମାଷ୍ଟ୍ରାଣୀ” ଭଳି କାହାଣୀର ସ୍ରଷ୍ଟା ସ୍ଵର୍ଗତଃ ଗୋଦାବରୀଶ ମହାପାତ୍ର ଜଣେ ଯୋଗଜନ୍ମା ସାହିତ୍ୟ ସାଧକ । ୧୮୯୮ ମସିହାରେ ଜନ୍ମିତ ଏଇ ବରେଣ୍ୟ କବି ଓ କଥାକାର ନିଜର ବିପୁଳ ସୃଷ୍ଟି ସମ୍ଭାରରେ ଓଡିଆ ସାହିତ୍ୟକୁ କରିଛନ୍ତି ସୁଦୃଢ ଓ ଋଦ୍ଧିମନ୍ତ । ଉଭୟ ସାହିତ୍ୟ ଅକାଦେମୀ ଓ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସ୍ଵର୍ଗତଃ ଶ୍ରୀ ମହାପାତ୍ର ୧୯୬୫ ମସିହାରେ ମୃତ୍ୟୁବରଣ କରିଥିଲେ । ତାଙ୍କ ରଚିତ ଏଇ କ୍ଷୁଦ୍ର ଗଳ୍ପ “ବଚନ ରକ୍ଷା” – ମାନସିକ ଦ୍ଵନ୍ଦ୍ଵ ଓ ଯୁବ ସୁଲଭ ବିଡମ୍ବିତ ନିଷ୍ପତ୍ତି ଉପରେ ଆଧାରିତ । ଯୁବକ ବୀର କିଶୋର ପ୍ରେମରେ ବିଫଳ ହୋଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଗଲାବେଳେ ସେଠାରେ ଆଉ ଜଣେ ପ୍ରେମରେ ବିଫଳ ଯୁବକ ଶଚୀ ସହ ତା’ର ହୁଏ ଭେଟ । ପରିଚୟ ଓ ଆଳାପ ପରେ ଆକସ୍ମିକ ଦୁହେଁ ମନ ବଦଳାନ୍ତି ଓ ଆସନ୍ତା ଗୋଟିଏ ବର୍ଷ ପାଇଁ ଆତ୍ମହତ୍ୟା କରିବା ନିଷ୍ପତ୍ତିକୁ ସ୍ଥଗିତ ରଖନ୍ତି । କିନ୍ତୁ, ପରସ୍ପରକୁ ପ୍ରତିଜ୍ଞା କରନ୍ତି ଯେ ଠିକ୍ ଗୋଟିଏ ବର୍ଷ ପରେ ଏଇ ଦିନରେ ଏଇ ଜାଗାରେ ପରସ୍ପରକୁ ଭେଟିବେ ଓ ଆତ୍ମହତ୍ୟା କରିବେ । ଏଇ ଗୋଟିଏ ବର୍ଷ ସମୟ ଜଣେ ଅତିବାହିତ କରେ ଭୋଗ ବିଳାସରେ ଆଉ ଜଣେ ଧର୍ମ କର୍ମରେ । କିନ୍ତୁ, ବଚନ ରକ୍ଷା ପୂର୍ବକ ଦୁହେଁ ଠିକ୍ ଏକ ବର୍ଷ ପରେ ସେଇ ପୂର୍ବ ସ୍ଥାନରେ ଆସି ପହଞ୍ଚନ୍ତି । ପୁଣି ହୁଏ ଆଳାପ ଆଲୋଚନା, ବିଗତ ଏକ ବର୍ଷର ଅନୁଭବ, ଅନୁଭୂତି ଓ ଅଭିଜ୍ଞତା ଉପରେ । ଏକ ବର୍ଷ ପରେ ବି ନିଜ ଇଚ୍ଛାରେ ଜୀବନ ବଞ୍ଚିବା ପରେ ବଚନ ରକ୍ଷା କରି ନିର୍ଦ୍ଦିଷ୍ଟ ଜାଗାରେ ଆସି ପହଞ୍ଚିଥିବା ଦୁଇ ଯୁବକ ସେମାନଙ୍କ ବଚନ ରକ୍ଷା କରିବେ ତ ? ମାନେ ଆତ୍ମହତ୍ୟା କରିବେ ତ ? ଏଇ ପ୍ରଶ୍ନର ଉତ୍ତର ଆମକୁ ମିଳିଯିବ କାହାଣୀଟି ଶୁଣି ସାରିବା ପରେ । ଆସନ୍ତୁ ଶୁଣିବା ଗଳ୍ପ – “ବଚନ ରକ୍ଷା” , ଗାଳ୍ପିକ – ଗୋଦାବରୀଶ ମହାପାତ୍ର ।

9 responses to “Bachana Rakshya”

  1. Dhriti sundar panda says:
    (5/5)
  2. Dhriti sundar panda says:
  3. Dhriti sundar panda says:

    very nice and useful

    (5/5)
  4. Shreyashree Jena says:
    (5/5)
  5. sukanti kar says:
    (5/5)
  6. Prangyashree Nayak says:
    (5/5)
  7. Dhriti sundar panda says:

    nice story

    (5/5)
  8. Prangya Priyadarshini Mohanty says:

    Very Useful ……

    (4/5)
  9. Rahul jena says:

    very nice story😍🥰🥳

    (4/5)

Comments