N Aa
Add to Library  

ସଂପର୍କ ପରିବର୍ତ୍ତିତ ପରିସ୍ଥିତିରେ କିପରି ରୂପ ପରିବର୍ତ୍ତନ କରେ, ତାର ଜ୍ୱଳନ୍ତ ନିଦର୍ଶନ ‘ବନ୍ଧୁର ସାହାଯ୍ୟ’ ଗଳ୍ପଟି । ଆର୍ଥିକ ସୁବିଧା ଓ ମର୍ଯ୍ୟାଦା ପାଇଲେ ବନ୍ଧୁତ୍ୱ ସମ୍ପର୍କର ହୋଇଥାଏ ପୁନଃବିଚାର । ପୂର୍ବର ପ୍ରତିଶ୍ରୁତି ହୋଇପଡ଼େ ମୂଲ୍ୟହୀନ । ଜଣଙ୍କର ବିଷର୍ଣ୍ଣ ଓ ଅବସନ୍ନ ଜୀବନରୁ ଅନ୍ୟ ଜଣେ ଫାଇଦା ନେବାର ଯୋଜନା ପ୍ରସ୍ତୁତକରେ । ବସ୍ତୁବାଦୀ ଦୁନିଆରେ ବନ୍ଧୁତ୍ୱ ନୁହେଁ; ବରଂ ଅର୍ଥ ହିଁ ହୋଇଥାଏ ଜୀବନ ଓ ସଂପର୍କର ପରିମାପକ । ନରସିଂହ ଓ ନବକିଶୋର ନିବିଡ଼ବନ୍ଧୁ । ଏକ ସାଙ୍ଗରେଏକା ବସାରେ ରହି ଓକିଲାତି ପଢ଼ିଲେ ଓ ଏକାକୋର୍ଟରେ ଆରମ୍ଭ କଲେ ପ୍ରାକ୍ଟ୍ରିସ୍ । ତାଙ୍କର ଅନାବିଳ ବନ୍ଧୁତ୍ୱଯୋଗୁଁ ଅନ୍ୟ ଓକିଲମାନେ ତାଙ୍କୁ ଟାହୁଲି କରନ୍ତି ‘ବଗଲାବଗଲୀ’ । ନବର ମାମୁଁ ବଡ଼ ଓକିଲ ଥିବାରୁ ଓକିଲାତିରେ ତାର ଉନ୍ନତି ହେବାକୁ ଲାଗେ, ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧିପାଏ । ନରସିଂହ ଜୀବନଯୁଦ୍ଧରେ ପଛରେ ପଡ଼ିଯାଏ । ମାତ୍ର ନବର ସହାୟତା କରିବାର ପ୍ରତିଶ୍ରୁତି ତା’ ମନରେ ଆଶାର ମହାଦ୍ରୁମ ତିଆରି କରେ । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ନବର ବନ୍ଧୁବସାକୁ ଆସିବା କମିଯାଏ ଏବଂ ଶେଷକୁ ବନ୍ଦ ହୋଇଯାଏ । ହତାଶରେ ଥିବା ସମୟରେ ଏକ ରୋଚକ ପ୍ରସ୍ତାବ ପାଏ ବନ୍ଧୁ ନବକିଶୋରଠାରୁ । ତା’ ପାଇଁ ନବ ଯୋଗାଡ଼ କରିଛି ଏକ କ୍ଲାଏଂଟ୍ । ଖୁବ୍ ବଡ଼ କେସ୍ । ହଜାର ହଜାର ଟଙ୍କାର ମାମଲତ । କ୍ଲାଏଂଟଙ୍କ ପାଇଁ ଜଳଯୋଗର ବ୍ୟବସ୍ଥା କରିବାକୁ ହେବ । ବନ୍ଧୁ ନରସିଂହ ଏବଂ ବନ୍ଧୁ ପତ୍ନୀ ବେଶ୍ ଖୁସ୍ । କୃତଜ୍ଞପଣରେ ଉଭୟ ବିଗଳିତ । ନିର୍ଦ୍ଦିଷ୍ଟ ଦିନ ଉପନୀତଏବଂ କ୍ଲାଏଂଟ୍ ପ୍ରେମଚାନ୍ଦ ବାବୁ ଉପସ୍ଥିତ । କେଉଁ ଲୋଭନୀୟ ପ୍ରସ୍ତାବ ନେଇ ଆସିଥିଲେ କ୍ଲାଏଂଟ୍ ପ୍ରେମଚାନ୍ଦ । ପତି-ପତ୍ନୀଙ୍କ ପାଇଁ କିପରି ଶୁଭଦିନଟି ଅପେକ୍ଷା କରିଥିଲା? ବଦଳି ଗଲାକି ନରସିଂହଙ୍କର ଆର୍ଥିକ ଦୁରବସ୍ଥା ? ବନ୍ଧୁ ନବର କେଉଁ ପ୍ରକାର ଥିଲା ସାହାଯ୍ୟ ? ଏହି ପ୍ରଶ୍ନଗୁଡ଼ିକର ସମାଧାନ ପାଇଁ ଶୁଣନ୍ତୁ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଭିନ୍ନ ଏକ ସ୍ୱାଦର ଗଳ୍ପ ‘ବନ୍ଧୁରସାହାଯ୍ୟ’ ।

12 responses to “Bandhu Ra Sahajya”

  1. shwetapadmathejena@gmail.com says:
    (5/5)
  2. Shreyashree Jena says:
    (5/5)
  3. Prangyashree Nayak says:
    (5/5)
  4. Prangya Priyadarshini Mohanty says:

    So nice ….

    (4/5)
  5. Prangya Priyadarshini Mohanty says:

    So nice ….

    (4/5)
  6. Prangya Priyadarshini Mohanty says:

    So nice ….

    (4/5)
  7. Prangya Priyadarshini Mohanty says:

    So nice ….

    (4/5)
  8. Prangya Priyadarshini Mohanty says:

    So nice ….

    (4/5)
  9. Prangya Priyadarshini Mohanty says:

    So nice ….

    (4/5)
  10. Sardhasuman mohanty says:

    omm

    (4/5)

Comments