N Aa
Add to Library  

ଇଂରାଜୀ ଶିକ୍ଷାର ଅନ୍ୟ ଏକ ନକାରାତ୍ମକ ପ୍ରତିକ୍ରିୟା ହେଉଛି ‘ଡାକମୁନ୍‌ସୀ’ ଗଳ୍ପ । ନିଜକୁ ଆଧୁନିକ ଶିକ୍ଷିତ ବୋଲାଉଥିବା ଯୁବକ କିପରି ନିଜର ଦାୟିତ୍ୱ, କର୍ତ୍ତବ୍ୟ ବିସ୍ମୃତ ହୋଇ ଅମାନବିକ ଆଚରଣ ମାଧ୍ୟମରେ ସଂକୀର୍ଣ୍ଣ ଚିନ୍ତାଧାରାର ପରିଚୟ ଦେଉଥିଲେ ତା’ର ଉଜ୍ୱଳ ଉଦାହରଣ ହେଉଛି ଡାକମୁନ୍‌ସୀ ଗଳ୍ପର ଗୋପାଳ ଚରିତ୍ର । ପୋଷ୍ଟ ପିଅନ ହରିସିଂହ କୃଚ୍ଛ୍ର ସାଧନା କରି ମାତୃହରା ଏକମାତ୍ର ପୁତ୍ରକୁ ମାଇନର ପଢ଼ାଇ ସାହେବଙ୍କୁ ସେବାପୂର୍ବକ ପୋଷ୍ଟମାଷ୍ଟର ଚାକିରି କରାଇ ଦେଇଛି । ଗୋଟିଏ ପିତୃ ହୃଦୟର ବାତ୍ସଲ୍ୟ ଭାବକୁ ବୁଝିବାରେ ଅସମର୍ଥ ଗୋପାଳ ଅମାନବିକ ଆଚରଣ ଦ୍ୱାରା ବୃଦ୍ଧ ହରିସିଂହକୁ ଘରୁ ତଡ଼ି ଦେଇଛି । ଯେଉଁ ପିତା ନିଜର ଦୁଃଖ ଭୁଲି ପୁଅର ସୁଖପାଇଁ ସବୁକିଛି ଉତ୍ସର୍ଗ କରିଛି, ସେହି ପୁତ୍ର ଦୃଷ୍ଟିରେ ସେ ହୋଇଛି ଅଶିକ୍ଷିତ, ଅମାର୍ଜିତ । ପିତା ପରିଚୟ ଦେବାରେ ତାର କୁଣ୍ଠା । ପୁତ୍ରର ଇଂରାଜୀ ଭୁସି ମାଧ୍ୟମରେ ପିତା ହରିସିଂହ ପାଇଛି ତା’ ସ୍ନେହ ଓ ଶ୍ରଦ୍ଧାର ପ୍ରାପ୍ୟ । ମୋହଗ୍ରସ୍ତ ଏହି ଇଂରାଜୀ ଶିକ୍ଷିତଙ୍କ ଆଚରଣ କିପରି ନିର୍ଲଜତାର ଶେଷ ସୀମା ଅତିକ୍ରମ କରିଯାଇଥିଲା ଏବଂ ବୃଦ୍ଧ ପିତା କେଉଁ ପରିବେଶରେ ତାର ଅବଶିଷ୍ଟ ଜୀବନ ଅତିବାହିତ କଲା, ତା’ର ପରିଣତି ଜାଣିବା ପାଇଁ ଶୁଣନ୍ତୁ ଏହି କରୁଣ ରସାଶ୍ରିତ ବାସ୍ତବାଦୀ ଗଳ୍ପ ‘ଡାକମୁନ୍‌ସୀ’ ।

9 responses to “Dakamunsi”

  1. djabit says:

    great

    (3/5)
  2. djabit says:

    great

    (3/5)
  3. Sibu says:

    ଆଜି ‘ଡ଼ାକମୁନସୀ’ ଶୁଣିଲି। ସୁନ୍ଦର।
    ଶୁଭେଚ୍ଛା ।

    (4/5)
  4. Biswakesan says:

    Great voice, loved to hear it.

    (5/5)
  5. Shishir Singhdeo says:

    It reminds me my grandfather telling stories and making me sleep. thank you so much Recite world for revitalising our childhood memories…

    (4/5)
  6. Bhubanjit says:

    ଷଷ୍ଠଶ୍ରେଣୀରେ ଏକାଙ୍କିକାରେ ପଢ଼ିଥିଲି ।ଆଜି ବି ସେ ଅନୁଭୂତିକୁ ଉଜ୍ଜୀବିତ କରିବାରେ ସାହାଯ୍ୟ କରିଥିବାରୁ ଅଶେଷ ଧନ୍ୟବାଦ୍।

    (4/5)
  7. sushree sangita Lenka says:
    (5/5)
  8. sushree sangita Lenka says:
    (5/5)
  9. jayantiojha150@gmail.com says:

    very inspiring story 💯

    (5/5)

Comments