N Aa
Add to Library  

ଜଣେ ମଦ୍ୟପର ନିଃସଙ୍ଗ ପୁଣି ସାଂସାରିକ କାହାଣୀ ଗଳ୍ପଟିକୁ ରୋମାଞ୍ଚକର ମୋଡ଼ ଦେଇଛି । ଦୋକାନଦାରର ଅସ୍ୱାଭାବିକ ଆଚରଣ ଗରାଖଙ୍କ ମନରେ ବିରକ୍ତ ସୃଷ୍ଟି କରୁଥିଲେ ହେଁ, ତାର ଅତୀତ ବେଶ୍ ବୈଚିତ୍ର୍ୟପୂର୍ଣ୍ଣ । ଜର୍ମାନ ଯୁଦ୍ଧବେଳେ ସେ ବେଲ୍‌ଜିଅମ୍‌ରେ କାମ କରୁଥିଲା, ଯୁଦ୍ଧ ପରେ କଲିକତା କମ୍ପାନୀରେ । ପରେ ସେ ଆଜି ଅନ୍ୟତ୍ର ଦୋକାନଟି କରି ଗୁଜୁରାଣ ମେଣ୍ଟାଇବାକୁ ଆସିବାବେଳେ ମାସରେ ୨୫ ଦିନ ବନ୍ଦଥାଏ ଦୋକାନ । ହୋଟେଲ୍‌ରେ ଖାଏ, ମୋହିନୀ ବେଶ୍ୟା ପାଖରେ ରହେ । ମଦ ନିଶା ପାଇଁ ପଇସା ହୋଇଗଲେ ଗଲା । ତାର ନିଶାବସ୍ଥାରେ ମୋହିନୀ ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ସ୍ଥାପନ କରେ । ହଠାତ୍ ଦୋକାନଦାର ସେଦିନ ଅନୁଭବ କରେ ସେହି ଘରେ ଅନ୍ୟ କେହି ଛକି ରହିଛି ଏବଂ ଆବିଷ୍କୃତ ହୁଏ ମନୋହାରୀ ଦୋକାନୀ ଚୌଧୁରୀଙ୍କ ବିବାହିତ ପୁତ୍ର । ତାର ପୁରୁଷପଣିଆ ଚେତି ଉଠେ । ଝିଙ୍ଗାସ କରେ ମୋହିନୀକୁ । ମୋହିନୀ ପ୍ରତ୍ୟୁତ୍ତର ଦେବା ସହିତ ନିଜ ଘରୁ ତଡ଼ିଦିଏ । ଅଭିମାନରେ କିମ୍ବା ଦୁଃଖରେ ଦୋକାନଦାର ସେହି ରାତିରେ ଫେରିଆସେ ତା’ର ଦୋକାନ ନିକଟକୁ । ଏହାପରେ କ’ଣ ହୁଏ ଦୋକାନଦାର ଅବସ୍ଥା? କିପରି ଅତିବାହିତ କରେ ତାର ଭବିଷ୍ୟତ । ଏହିସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଶୁଣନ୍ତୁ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଭିନ୍ନ ସ୍ୱାଦର ଗଳ୍ପ ‘ଦୋକାନଦାର’ ।

11 responses to “Dokandar”

  1. Shreyashree Jena says:
    (5/5)
  2. shwetapadmathejena@gmail.com says:
    (5/5)
  3. sushree sangita Lenka says:
    (5/5)
  4. Rajdeep.Jena says:

    Good story

    (4/5)
  5. sukanti kar says:

    good story

    (5/5)
  6. Sardhasuman mohanty says:
    (5/5)
  7. Sai Sanjibani Bal says:
    (5/5)
  8. Binesh thatoi says:

    very nice story 🥰🥰🥰🥳😍

    (4/5)
  9. Parameswar muduli says:

    ଭଲ ଗଳ୍ପ ଅଟେ🤩😍🥳

    (4/5)
  10. Parameswar muduli says:

    ଭଲ ଗଳ୍ପ ଅଟେ🤩😍🥳

    (4/5)

Comments