N Aa
Add to Library  

ଗୋଟିଏ ପଟେ ମୃତ୍ୟୁ, ଅନ୍ୟ ପଟେ ଆତ୍ମାର ସଂଗିନୀ । ଯେତେବେଳେ ଏକା ସଙ୍ଗେ ଦୁଇଜଣ ଭେଟ ହେଇଯା’ନ୍ତି , ସେତେବେଳେ ଜିତେ କିଏ… ଆଉ ହାରେ କିଏ ? କାହାର ଶକ୍ତି ଅଧିକ, କାହାର ଆକର୍ଷଣ ଅଧିକ ? ନଈର ଏ କୂଳ ଗାଁ’ର ଅନୁକୁଳର ସେ କୂଳର ଗାଁ’ ଶଶୀ ସହିତ ବାଲ୍ୟ ବିବାହ ହୋଇଥିଲା । କେହି କାହାକୁ ଦେଖନ୍ତିନି ଚିହ୍ନନ୍ତିନି ଜାଣନ୍ତିନି । କିନ୍ତୁ ସମୟ ଦୁଇଜଣଙ୍କୁ ଏକାଠି କରାଏ ଏକ ଭୟଙ୍କର ମୁହୂର୍ତ୍ତରେ । ଲୋକ ଲଜ୍ଜା ଅପବାଦକୁ ଛାଡି ଦେଇ କୁମାରୀ ଶଶୀ ହାତ ଧରି ଚାଲିଯାଏ ଅନୁକୁଳର । ସେତେବେଳକୁ ନଈର ଏ କୂଳ ଗାଁ’ ଅନୁକୁଳର ଦଶାହ କର୍ମ ଶେଷ ହୋଇସାରିଛି । ତାହେଲେ କୋଉଠିକି ବାହୁଡ଼ିବେ ଶଶୀ ଆଉ ଅନୁକୁଳ ? ନଈର ଏ କୂଳକୁ ନା ସେ କୂଳକୁ ? ଅନୁପମ ମଞ୍ଜୁଳ ଗପଟିଏ, ଯେଉଁଥିରେ ମୃତ୍ୟୁର ତାଣ୍ଡବ ଭିତରେ ଫୁଟିଛି ପ୍ରେମ ଫୁଲଟିଏ ।

ପ୍ରସିଦ୍ଧ ଗାଳ୍ପିକ ଗୋଦାବରୀଶ ମହାପାତ୍ରଙ୍କର ଆଉ ଏକ ଅନନ୍ୟ କାଳଜୟୀ ସୃଷ୍ଟି – ଗଳ୍ପ “ ଏକ ନଈ – ଦୁଇ କୂଳ” । ଆସନ୍ତୁ ଶୁଣିବା ।

Comments