N Aa
Add to Library  

ମଣିଷର ଅସହାୟତାର ଫାଇଦା ନିଏ ଶୋଷକ । ତା’ ପାଖରେ ପ୍ରତିବାଦ ନାହିଁ କି ସାଧାରଣ ମଣିଷ ପାଇଁ ସମ୍ବେଦନା ନାହିଁ । ସେ କେବଳ ନିଜର ଆସୁରିକ ପ୍ରବୃତ୍ତି ଓ ଅର୍ଥଲିପ୍ସାକୁ ଚରିତାର୍ଥ କରିଜାଣେ । ସାଧାରଣ ମଣିଷର ଅଭାବ ଏବଂ କିଂକର୍ତ୍ତବ୍ୟବିମୂଢ଼ତାର ଫାଇଦା ନିଏ । ଭଲ ପାଇବା, ଅସହାୟତାର ହାତ ଲମ୍ବାଇବା ଓ ମାନବିକପଣିଆର ସାମାନ୍ୟ ଗୁଣ ତାଠାରେ ଦୁର୍ଲଭ । ସମାଜକୁ ଶୋଷଣ କରି ଏମାନେ ନିଜର ବପୁକୁ ପରିପୁଷ୍ଟ କରନ୍ତି ଏବଂ ତାଙ୍କୁ ପୁଷ୍ଟ କରିବାକୁ ବଳି ପଡ଼ିଯାନ୍ତି ଅଭାବୀମଣିଷ । ଖଟିଖିଆ ମଣିଷର ସ୍ୱପ୍ନ ନାହିଁ କି ଭବିଷ୍ୟତ ଜୀବନ ପାଇଁ ସମ୍ଭାବନା ନାହିଁ । ସେମାନେ କୂର୍ମ ପରି କେବଳ ଖଟିବେ ଏବଂ ତାର ଫାଇଦା ଉଠାଇବେ ଏହି ଛାରପୋକମାନେ । ସୁଦାମ, ରାଧୁମାନେ ସେହି ବଳିର ଗୋଟିଏ ଗୋଟିଏ ଆହୁତି । ଯେଉଁଦିନ ସୁଦାମକୁ ଜମିଦାର ପୁଅ କହିଲା, “ଖଜଣା ଦେଇ ନ ପାରିବୁ ତ ତୋ ଭାରିଜାକୁ ଦେ” ସେ ଦିନ ତା’ ହାତମୁଠା ଶକ୍ତ ହୋଇଥିଲେ ହେଁ ପୁଲିସର ବେତ, ଜେଲଖାନା ଓ ଫାଶୀକାଠର ଭୟ ତାକୁ ନିବୃତ୍ତ କରିଥିଲା । ଗୋଟିଏ ଅଭିମାନରେ ଦିନୁ ସାହୁ ପାଖରେ ଜମିବାଡ଼ି, ଘରଦ୍ୱାର ବନ୍ଧା ଦେଇ ଜମିଦାର ଖଜଣା ପରିଶୋଧ କରିଦେଲା ଓ ଛଳଛଳ, ଭାଙ୍ଗି ପଡ଼ଥିବା ପତ୍ନୀ ଯମୁନାକୁ ଛାଡ଼ି କଲିକତା ଆସିଥିଲା କୁଲିକାମ କରି ଅର୍ଜିତ ଅର୍ଥରେ ସମ୍ପତ୍ତି ମୁକୁଳାଇବାକୁ । ସେ ଜାଣି ନଥିଲା ଯେ, ଯାହା ଥରେ ସାହୁକାର ହାତକୁ ଯାଏ, ତାହା ଆଉ ଫେରେ ନାହିଁ । ବେମାରରେ ରୋଜଗାର ପଇସା ଖର୍ଚ୍ଚ ହୋଇଗଲା, ଗାଁରେ ପତ୍ନୀର ଖବର ରଖିବାକୁ ତର ନାହିଁ । ସେ ଦିନ ଗାଁରୁ ଆସିଥିବା ରାଧୁଠାରୁ ଖବର ପାଏ, ସାହୁକାର ତା’ର ଜମିବାଡ଼ି ନେଇଯାଇଛି ଏବଂ ଅଭାବରେ ପଡ଼ି ପତ୍ନୀ ଯମୁନା ଅନ୍ୟ ସାଙ୍ଗରେ ଫେରାର୍ । ସୁଦାମର ଜଡ଼ ଦେହରେ ପ୍ରତିକ୍ରିୟା । ଆଜି ହପ୍ତାତ ମିଳିଛି । ଶରୀର ଭୋକ ମେଣ୍ଟାଇବାକୁ ପଡ଼ିବ । ସୁଦାମ ନିଜ ଦେହ ଭୋକ ମେଣ୍ଟାଇବାକୁ ଯାହା ପାଖରେ ପହଞ୍ଚିଛି ସେ କିଏ ଏବଂ ସୁଦାମର ସେତେବେଳର ପ୍ରତିକ୍ରିୟା କଣ ହୋଇଛି ଜାଣିବା ପାଇଁ ଶୁଣନ୍ତୁ ଏହି ‘ହାତୁଡ଼ି ଓ ଦା’ ଗଳ୍ପ ।

15 responses to “Hatudi O Daa”

  1. trilochan parida says:

    Great Book .Changed the way of visualisation.Great job recite world.

    (4/5)
  2. purnima puhan says:
    (4/5)
  3. Shreyashree Jena says:
    (5/5)
  4. shwetapadmathejena@gmail.com says:
    (4/5)
  5. sushree sangita Lenka says:
    (5/5)
  6. Swikruti123 says:
    (3/5)
  7. Sai Sanjibani Bal says:

    beautiful story.

    (5/5)
  8. Sardhasuman mohanty says:
    (4/5)
  9. Parameswar muduli says:

    bhala gapa🧁😛🤣🤣

    (4/5)
  10. Binesh thatoi says:

    very nice story

    (3/5)
  11. Rahul jena says:

    The story is very beautiful

    (4/5)

Comments