N Aa
Add to Library  

‘ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର’ ଅପୂର୍ବ ବ୍ୟଞ୍ଜନା ମୟୀ ଭାଷାରେ ରରିତ ଦୁଇଟି ପ୍ରଣୟୀଙ୍କର ଅଚରିତାର୍ଥ ପ୍ରେମର ଏକ କରୁଣାନ୍ତକ ମହାକାବ୍ୟ । ରୋମାଣ୍ଟିକ ଭାବାଳୁତା ମଧ୍ୟରେ ବାସ୍ତବ ଅନୁଭବର ଅସଫଳ ପ୍ରେମଭାବନା ରୁକ୍ଷ ଅମାନବିକ ଭାବଧାରାକୁ ସ୍ପଷ୍ଟ କରିଥାଏ । ଦୁଇଟି ମାନବେତର ଚରିତ୍ର ଇଗଲ ଓ କୃଷ୍ଣସାର । ଉଭୟଙ୍କ ମଧ୍ୟରେ ଖାଦ୍ୟ ଓ ଖାଦକର ସମ୍ପର୍କ । ମାତ୍ର ପ୍ରେମ ଏ ସମ୍ପର୍କକୁ ଦେଇଛି ନୂଆ ନାମ । ଝଡ଼ର ଇଗଲ ଆକର୍ଷିତ ଧରଣୀର କୃଷ୍ଣସାର ପାଇଁ ଏବଂ ଧରଣୀର କୃଷ୍ଣସାରର ପ୍ରେମାବେଗ ଝଡ଼ର ଇଗଲ ପାଇଁ । ଉଭୟ ନିଜ ନିଜ ସମ୍ପ୍ରଦାୟ ଦ୍ୱାରା ସମାଲୋଚିତ ; ମାତ୍ର ପ୍ରେମର ଏକ ମଧୁର ଆକର୍ଷଣରେ ଉଭୟ ଉଭୟଙ୍କ ପ୍ରତି ବିଶ୍ୱସ୍ତ । ପୁରୁଷର ସ୍ୱାର୍ଥପର ମନ ବେଳେବେଳେ ନାରୀର ପ୍ରେମାବେଗକୁ ଦୁର୍ବଳତାମନେ କରେ । ଇଗଲ ମନରେ କୃଷ୍ଣସାରର ଚିକ୍‌କଣ ରୂପ ତାର ଶିକାରୀ ପ୍ରବୃତ୍ତିକୁ ଝିଙ୍ଗାସ କରେ । ପୃଥିବୀର ସଂଗୀତ ତାକୁ ଆକୃଷ୍ଟ କରେ ନାହିଁ । ତୃଣଭୋଜନରେ ନାହିଁ ତାର ତୃପ୍ତି । ତା’ ମନରେ ଦ୍ୱନ୍ଦ୍ୱ- ସେ ଶିକାର ଚାହେଁ, କିନ୍ତୁ କୃଷ୍ଣସାର ତାର ପ୍ରିୟ । ଇଗଲ ଛାଡ଼ିପାରେ ନାହିଁ ଆକାଶ, କିମ୍ବା କୃଷ୍ଣସାର ତ୍ୟାଗ କରିପାରେନା ଧରଣୀର ମାୟା । ଆକାଶ ଓ ଧରଣୀ ପୁଣି ମିଳିତ ହେବେ କିପରି? କୃଷ୍ଣସାର ପ୍ରେମକୁ ପ୍ରତ୍ୟାଖ୍ୟାନ କରି ଇଗଲ ହୋଇଛି ଆକାଶଚାରୀ । ଇଗଲର ପ୍ରତ୍ୟାଖ୍ୟାନ କୃଷ୍ଣସାରକୁ କରିଛି ମୃତ୍ୟୁପଥର ଯାତ୍ରୀ । ଦିନେ ଇଗଲର ମୋହମୁକ୍ତି ଘଟିଛି । ସେ ଧରଣୀକୁ ଫେରିଛି କୃଷ୍ଣସାର ପାଇଁ । ମାତ୍ର ସେତେବେଳକୁ କୃଷ୍ଣସାର ଅପହଂଚଞ୍ଚ ଦୂରତାରେ । ପ୍ରେମର ଗ୍ଳାନିରେ ମୃତ୍ୟୁର ଅଭିସାର । କୃଷ୍ଣସାରର ସମାଧିରେ ବିଳମ୍ବିତ ଚନ୍ଦ୍ରୋଦୟରେ ନୀରବରେ ଅଶ୍ରୁ ଢାଳୁଥିଲା ଝଡ଼ର ଇଗଲ । ଧରଣୀର ସଙ୍ଗୀତରେ ମୋହାବିଷ୍ଟ ଇଗଲ ଅନୁଭବ କରୁଥିଲା କୃଷ୍ଣସାରର ନିବିଡ ଚୁମ୍ବନକୁ । ଶୁଣନ୍ତୁ ସେହି ଅସଫଳ ପ୍ରେମର କରୁଣ କାହାଣୀଟିକୁ ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର ଗଳ୍ପରେ ।

One response to “Jhada Ra Eagle O Dharani Ra Krushnasara”

  1. Baiba says:

    wonderful

    (4/5)

Comments