N Aa
Add to Library  

କ’ଣ ହୋଇପାରେ ଖ୍ରୀ.ଅ.୨୦୬୬ ସମ୍ଭାବିତ ପୃଥିବୀ । ୧୯୬୬ ମସିହାରେ ଦିବ୍ୟଦ୍ରଷ୍ଟା କଥାକାର ସୁରେନ୍ଦ୍ର ମହାନ୍ତି ଲେଖିଥିଲେ ଗଳ୍ପ ‘ଖ୍ରୀ.ଅ.୨୦୬୬’ । ଗୋଟିଏ ଶତାବ୍ଦୀ ପୂର୍ବରୁ ରଚିତ ଏହି ଗଳ୍ପଟି ପୃଥିବୀ ମାନଚିତ୍ରର ବଦଳିଯାଇଥିବା ଦୃଶ୍ୟର ଯେଉଁ ଆକଳନ କରିଛି, ତାହା ବାସ୍ତବତା ନା କଳ୍ପନାର ଏକ ଖିଆଲ । ଇତି ମଧ୍ୟରେ ପଂଚାବନ ବର୍ଷ ବିଗତ ଆହୁରି ପଇଁଚାଳିଶ ବର୍ଷ ବାକି ୨୦୬୬ ମସିହାରେ ପାଦ ଦେବାକୁ । ବିଂଶ ଦଶକର ଦ୍ଵିତୀୟାର୍ଦ୍ଧରେ ଠିଆହୋଇ ପରିକଳ୍ପନା କରାଯାଉଛି ଏକବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧର ଘଟଣା ସମ୍ପର୍କରେ । ସେତେବେଳେ ହୁଏତ ଏକ ଅବିଶ୍ୱାସର କାହାଣୀ ଥିଲା ରୋବର୍ଟ, ସମଲିଙ୍ଗୀ ସମ୍ପର୍କ, ‘ବ୍ରେଷ୍ଟ’ କଅଁଳଛାତି କଟଲେଟ୍, ଲିପ୍ସ ର ଫ୍ରାଇ, ରେସ୍ତୁରାଁ ଭିତରେ ସୁବେଶିତ ଶହ ଶହ ଯୁବକ ଓ ପ୍ରାୟ ଉଲଗ୍ନା ଯୁବତୀଙ୍କ ସମାରୋହ ଭାରତୀୟ ପ୍ରେକ୍ଷାପଟ୍ଟରେ । ଫୁଲଦାନୀର ଫୁଲର ରଙ୍ଗ ଓ ରୂପ ଥିବ; ସୁବାସ ନଥିବ । ବିଭିନ୍ନ ପକ୍ଷୀର କାକଳି ବନଭୂମିକୁ ମୁଖରିତ କରୁଥିବା ସମ୍ବାଦ ଇତିହାସ ହୋଇଯାଇଥିବ । ଭବିଷ୍ୟତ ପିଢ଼ି ଉଦ୍ଭିଦବିଜ୍ଞାନ ଓ ପ୍ରାଣୀବିଜ୍ଞାନରୁ  ଫୁଲ ଏବଂ ପକ୍ଷୀଙ୍କ ନାମ ଜାଣିବେ । ମଣିଷ ପାଖରେ ଅର୍ଥ, ପ୍ରାଚୁର୍ଯ୍ୟ, ସଂସ୍ଥିତି ଥିବ; ନଥିବା ଜୀବନର ସରସତା ଓ ମାଦକତା । ଚନ୍ଦ୍ରମଣ୍ଡଳରେ ବସତି ସ୍ଥାପନ ସ୍ୱପ୍ନ ହୋଇନଥିବ । କ’ଣ ଥିଲା ୧୯୬୬ ମସିହାର ପୃଥିବୀ; ଯାହାକୁ ପୃଷ୍ଠପେଟ୍ଟିକା ରୂପେ ଗ୍ରହଣ କରି ସୁରେନ୍ଦ୍ର ଲେଖିଥିଲେ ୨୦୬୬ ମସିହା ପାଇଁ ଏକ ସମ୍ଭାବିତ ଗଳ୍ପ ? ଆଉ କ’ଣ ପରିବର୍ତ୍ତନ ହୋଇପାରେ ଆଗାମୀ ଅର୍ଦ୍ଧଶତାବ୍ଦୀ ମଧ୍ୟରେ? କ’ଣ ଥିବ ବିବାହର ସ୍ୱରୂପ ? ମଣିଷର କୋମଳ ଆବେଗ ଓ ଅନୁଭୂତି କେଉଁ ରୂପ ଗ୍ରହଣ କରିଥିବ ? ଆସନ୍ତୁ ଭବିଷ୍ୟତ ପୃଥିବୀର ସେହି ରୂପଟିକୁ ପ୍ରତ୍ୟକ୍ଷ କରିବା ଗଳ୍ପ ‘ଖ୍ରୀ.ଅ.୨୦୬୬’ ରେ ।

Comments