N Aa
Add to Library  

ଯାହା ସାମାଜିକ ପରିପନ୍ଥୀ, ସେମିତି କାମଟିଏ କରିବା ପୂର୍ବରୁ ପ୍ରତିଟି ବିବେକୀ ମଣିଷ ମନରେ ସ୍ଵତଃ ପ୍ରଶ୍ନ ଆସେ – ଲୋକେ କ’ଣ କହିବେ, ବା ଲୋକେ ବୋଲିବେ କ’ଣ ? ଏଥିରୁ ଗୋଟିଏ ସତ୍ୟ ପ୍ରତିପାଦିତ ହୁଏ ଯେ ଆମକୁ କେବଳ ଆମ ପାଇଁ ନୁହେଁ, ସମାଜ ପାଇଁ ବି ବଞ୍ଚିବାକୁ ପଡ଼େ । ଆଉ ଏକ ନିଗୂଢ ସତ୍ୟ ହେଲା – ଦିନେ, ସବୁ ସୁଖ ଦୁଃଖ , ସବୁ ଆତ୍ମ ସନ୍ତୋଷ ଓ ଗ୍ଳାନି, ସବୁ ସମ୍ପର୍କ ସମ୍ବନ୍ଧ, ସକଳ କଳହ ବିବାଦ ଓ ସମସ୍ତ ଅହମିକା ଓ ଈର୍ଷାର ଊର୍ଦ୍ଧ୍ଵରେ ମୃତ୍ୟୁ ହିଁ ରାଜତ୍ଵ କରେ । ଆଉ ଏଇ ସତ୍ୟଟି ପ୍ରତିଟି ମଣିଷ ବେଶୀ ଅନୁଭବ କରେ ଯେତେବେଳେ ସେ କୌଣସି କାରଣରୁ ଉପସ୍ଥିତ ଥାଏ ମଶାଣି ଭୂଇଁରେ । ଏଇ ଦୁଇଟି ସତ୍ୟକୁ ଅତୀବ ନିଖୁଣ ଭାବରେ କଥାକାର ଗୋଦାବରୀଶ ମହାପାତ୍ର ଉପସ୍ଥାପିତ କରିଛନ୍ତି ତାଙ୍କର ଲୋକପ୍ରିୟ ଗଳ୍ପରେ, ଯାହାର ଶୀର୍ଷକ “ଲୋକେ ବୋଲିବେ କ’ଣ ?” ଧର୍ମ ସଙ୍କଟରେ ପଡ଼ିଥିବା ମାଗୁଣିଆ କେତେ ବୁଝିପାରେ ଏ ଦୁଇଟି ସତ୍ୟକୁ ?

ଆସନ୍ତୁ ଶୁଣିବା ଗଳ୍ପ “ଲୋକେ ବୋଲିବେ କ’ଣ ?” ଗାଳ୍ପିକ – ଗୋଦାବରୀଶ ମହାପାତ୍ର ।

Comments