N Aa
Add to Library  

୧୯୫୦ ମସିହା ବେଳକୁ ସହରୀ ଜୀବନ, ତଥା ଅଲୌକିକ ଆଧି ଭୌତିକ ଚେତନାକୁ ନେଇ ଗଳ୍ପ ରଚନାରେ ଯେଉଁ ସାରସ୍ଵତ ସାଧକ ଓଡିଆ ସାହିତ୍ୟରେ ବେଶ୍ ପ୍ରସିଦ୍ଧ ଅର୍ଜନ କରିଥିଲେ, ସେ ହେଉଛନ୍ତି ସ୍ଵର୍ଗତଃ ଅଖିଳମୋହନ ପଟ୍ଟନାୟକ । ୧୯୮୧ ରେ ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଏହି ବରେଣ୍ୟ ଗାଳ୍ପିକ ୧୯୨୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ମାତ୍ର ୫୯ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଥିଲେ । ତେବେ ଓଡିଆ ସାହିତ୍ୟକୁ ତାଙ୍କର ଅବଦାନ ନିମିତ୍ତ ସାହିତ୍ୟ ପ୍ରେମୀମାନଙ୍କ ପାଇଁ ସେ ଏକ ଚିର ସ୍ମରଣୀୟ ନାମ ହୋଇ ରହିଛନ୍ତି ଓ ରହିଥିବେ ।
ଗଳ୍ପ – “ମତ୍ସ୍ୟଗନ୍ଧା” ଗାଳ୍ପିକ ଅଖିଳମୋହନ ପଟ୍ଟନାୟକଙ୍କର ଏକ ଅନବଦ୍ୟ ସୃଷ୍ଟି । ଏହି କାହାଣୀରେ ପ୍ରକୃତିର ଅବତାରଣା ଯେତିକି ମର୍ମସ୍ପର୍ଶୀ କାହାଣୀର ଘଟଣା ଓ ଚରିତ୍ର ସେତିକି ଉଦ୍ଭଟ୍ଟ । ଏହି କାହାଣୀର ମୁଖ୍ୟ ଚରିତ୍ର ଗାଳ୍ପିକ ନିଜେ, ଯିଏ ଘଟଣାକ୍ରମେ ପହଞ୍ଚିଛନ୍ତି ମହାନଦୀ କୂଳରେ ଅବସ୍ଥିତ ଏକ କ୍ଷୁଦ୍ର ଧୀବର ପଲ୍ଲୀରେ । ଧୀବର ପଲ୍ଲୀର ନବ ଯୌବନା ଶ୍ୟାମଳ ସୁନ୍ଦରୀ ଶାରୀ ନାମକ ଝିଅଟିଏ ସହିତ ମହାନଦୀରେ ଜହ୍ନ ରାତିରେ ନୌକା ବିହାର କରୁ କରୁ ଗାଳ୍ପିକ ପୁରାଣ ବର୍ଣ୍ଣିତ ମତ୍ସ୍ୟଗନ୍ଧାକୁ ଖୋଜିପାଇଛନ୍ତି ତା’ ଭିତରେ । ଉଦ୍ଦେଶ୍ୟ ଥିଲା ନଦୀର ଆରପଟକୁ ଯାଇ ଶାରୀ ସହ କିଛି ଜୀଅନ୍ତା ମାଛ ଆଣିବା । କିନ୍ତୁ ମଝି ନଈରେ ଘଟଣା ନିଏ ଏକ ଆଚମ୍ବିତ ମୋଡ । ଏକ ଆଧିଭୌତିକ ଘଟଣା ଶେଷ ହୁଏ ଦୁଃଖ ଓ ବିଡମ୍ବନାରେ ।
କ’ଣ ସେଇ ଆଧିଭୌତିକ ଘଟଣା ? ଆସନ୍ତୁ ଜାଣିବା ଏଇ ଗଳ୍ପରୁ । ଗଳ୍ପ – “ମତ୍ସ୍ୟଗନ୍ଧା” , ଗାଳ୍ପିକ – ଅଖିଳ ମୋହନ ପଟ୍ଟନାୟକ ।

Comments