N Aa
Add to Library  

ଯୁବମାନସର ପ୍ରତିକ୍ରିୟା ଗଳ୍ପଟିର ପରିଣତିକୁ କରିଛି ଅଶ୍ରୁସଜଳ । ତଥାକଥିତ ବୁର୍ଜୁଆଗୋଷ୍ଠୀଙ୍କ ବିରୋଧରେ ସାଧାରଣ ମଣିଷର ବିପ୍ଲବ, କେବଳ ଇତିହାସର ଗାଥାଟିଏ ହୋଇନାହିଁଁ; ଯୁଗଯୁଗର ଅତ୍ୟାଚାରିତ, ନିଜ ଅଧିକାର ଓ ଦାବିରୁ ବଞ୍ଚିତ ମଣିଷର ସମାଜବିରୋଧୀ କାର୍ଯ୍ୟକଳାପ ମାଧ୍ୟମରେ ଗାଳ୍ପିକ ସାମ୍ପ୍ରତିକ ସମୟର ଏକ କ୍ଷୟିଷ୍ଠୁ ରୂପକୁ ଶବଳିତ କରିବାର ପ୍ରଚେଷ୍ଟା କରିଛନ୍ତି । ଯୁବମାନସର ଏହି ପ୍ରତିକ୍ରିୟା ମାନବବାଦ ବିରୋଧୀ ହେଲେହେଁ ନରେନ୍ଦ୍ରର ନିଃସଙ୍ଗତା ଏବଂ କୋଳାହଳ ମଧ୍ୟରେ ନିଜକୁ ଅସହାୟ ମଣୁଥିବା ଏହି ମଣିଷଟିର ତଥାକଥିତ ବିରୋଧୀ ମନ ହଜାଇ ଦେଇଥିଲା ସାର୍ବଜନୀନ ମଣିଷର କୋମଳ ଅନୁଭୂତିକୁ । ସାମାଜିକ ଷଡ଼ଯନ୍ତ୍ର, ରକ୍ତପାତ ଭିତରେ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ପରିକଳ୍ପନା କରୁଥିବା ନରେନ୍ଦ୍ରମାନେ ଶେଷରେ ଅସହାୟ ଭାବରେ ହାରିଯାଆନ୍ତି ନିଜର କୃତକର୍ମ ନିକଟରେ । ନିଜବ୍ୟକ୍ତିତ୍ୱର ପ୍ରତିଷ୍ଠା ପାଇଁ ଭିନ୍ନ ଏକ ସାମାଜିକ ଆଦର୍ଶ ସ୍ଥାପନ ପାଇଁ ବର୍ବରତାକୁ ଆପଣେଇ ନେଇଥିବା ମଣିଷର ଶେଷ ପରିଣତି କିପରି କରୁଣାନ୍ତକ ହୋଇପାରେ ତାହା ଜାଣିବା ପାଇଁ ଶୁଣନ୍ତୁ ‘ନୟନପୁରଏକ୍ସପ୍ରେସ୍‌’ ଗଳ୍ପଟିକୁ ।

Comments