N Aa
Add to Library  

ଆଧୁନିକ ଶିକ୍ଷିତ ଯୁବକ ସୁରା ଓ ସାକୀ ପ୍ରଭାବରେ କିପରି ବିପଥଗାମୀ ହୋଇ ସାମାଜିକ ବ୍ୟଭିଚାରରେ ମତ ରହୁଥିଲେ, ତାର ଏକ ବାସ୍ତବ ଚିତ୍ର ‘ପେଟେଣ୍ଟ ମେଡିସିନ୍‌’ ଗଳ୍ପରେ ଦେଖିବାକୁ ମିଳେ । ଇଂରାଜୀ ଶିକ୍ଷାର କୁ-ଦିଗକୁ ଆପଣେଇ ନେଇଥିବା ଶିକ୍ଷିତ ଜମିଦାର ଚନ୍ଦ୍ରମଣି ପଟ୍ଟନାୟକ ନିଜର ଆଦର୍ଶମୟୀ ପତ୍ନୀ ଥିବା ସତ୍ତ୍ୱେ କୁସଙ୍ଗରେ ପଡ଼ି ମଦ ଏବଂ ଗଣିକା ଉସ୍‌ମାନତାରାର ସାନ୍ନିଧ୍ୟରେ ଜୀବନର ସାର୍ଥକତା ଉପଲବ୍ଧି କରିଛି । ଏହି ପତନୋନ୍ମୁଖୀ ବିଭ୍ରାନ୍ତ ଯୁବକମାନଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଏକ ଅଭିନବ ପରିକଳ୍ପନା କରିଛନ୍ତି ଫକୀରମୋହନ । ଗୃହଖାଦ୍ୟ ପରିବର୍ତ୍ତେ ମଦ ଏବଂ ପତ୍ନୀର ସାନ୍ନିଧ୍ୟ ବଦଳରେ ବେଶ୍ୟାସଙ୍ଗ ଆମ ସାମାଜିକ ଜୀବନରେ ଯେଉଁ ବିଭ୍ରାଟ ସୃଷ୍ଟି କରିଥିଲା, ତା’ର ସମୁଚିତ ସମାଧାନ ଥିଲା ସେହି ସମୟର ଏକ ଐତିହାସିକ ଆବଶ୍ୟକତା । ସୁଲୋଚନା ମାଧ୍ୟମରେ ଫକୀରମୋହନ ଏହି ପରିବର୍ତ୍ତନର ସ୍ୱପ୍ନ ଦେଖିଥିଲେ ଏବଂ ଦିଗଭ୍ରଷ୍ଟ ଆଧୁନିକ ଶିକ୍ଷିତ ବ୍ୟକ୍ତିମାନଙ୍କୁ ପୁଣି ନିଜ ପରମ୍ପରା ଓ ଆଦର୍ଶପ୍ରତି ଅନୁଗାମୀ କରାଇବାକୁ ଏକ ଯୋଜନାବଦ୍ଧ ପରିକଳ୍ପନା କରିଥିଲେ । ନାରୀ କେବଳ ସହଧର୍ମିଣୀ ନୁହେଁ, ପୁରୁଷକୁ ସୁପଥକୁ ଫେରାଇ ଆଣିବାରେ ମଧ୍ୟ ତାଙ୍କର ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା । ସୁଲୋଚନା ଦେବୀ କେଉଁ ଉପାୟରେ ନିଜର ପଥଭ୍ରଷ୍ଟ ସ୍ୱାମୀଙ୍କୁ ସୁପଥକୁ ଫେରାଇ ଆଣିଛନ୍ତି ତାର ଇତିବୃତ୍ତ ଅବଗତି ପାଇଁ ଶୁଣନ୍ତୁ ଆମୋଦଦାୟକ ଗଳ୍ପ ‘ପେଟେଣ୍ଟ ମେଡିସିନ୍‌’ |

2 responses to “Patent Medicine”

  1. ipsita says:

    Really enjoyed it.

    (5/5)

Comments