N Aa
Add to Library  

ଓଡିଆ ସାହିତ୍ୟ ଆକାଶର ଅମଳିନ ଜ୍ୟୋତିଷ୍କ ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତି, ତାଙ୍କର ଯେଉଁ କେତେକ ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ ପାଇଁ ପ୍ରଖ୍ୟାତ,ତନ୍ମଧ୍ୟରୁ ଗଳ୍ପ “ପିତା ଓ ପୁତ୍ର” ଅନ୍ୟତମ । ମାନବ ଜୀବନର ପ୍ରତିଟି ଆବେଗ ଓ ଅନୁଭବକୁ ସୂକ୍ଷ୍ମ ରୂପରେ ଚିତ୍ରଣ କରିବାକୁ କଥାଶିଳ୍ପୀ ସୁରେନ୍ଦ୍ର କେବଳ ସମସାମୟିକ ପଟ୍ଟଭୂମି ନୁହେଁ କେବେ ପୁରାଣ ଓ କେବେ ବୌଦ୍ଧ ଆଖ୍ୟାୟିକାକୁ ମାଧ୍ୟମ କରି ବେଶ୍ ଆକର୍ଷଣୀୟ ଢଙ୍ଗରେ ପରଶି ଦେଇଛନ୍ତି ଅନେକ କାଳଜୟୀ କାହାଣୀ । “ପିତା ଓ ପୁତ୍ର” କାହାଣୀରେ “ପିତା ଆଜି ପାଇଛି ପିତୃତ୍ଵ ର ସନ୍ଧାନ” – ଏଇ ଗୋଟିଏ ବାକ୍ୟ ସମଗ୍ର କାହାଣୀର ସତ୍ତା ପାଲଟି ଯାଇଛି । ନିଜ ପିତାଙ୍କ ପ୍ରତି ନିଷ୍ଠୁର ଅମାନବୀୟ ଆଚରଣ ପୂର୍ବକ ତାଙ୍କୁ କାରାଗାରରେ ବିନା ଅନ୍ନ ଜଳରେ ତିଳ ତିଳ କରି ହତ୍ୟା କରୁଥିବା ମଗଧ ସମ୍ରାଟ ଅଜାତଶତ୍ରୁ ତାଙ୍କର ଉତ୍ତରାଧିକାରୀ ରୂପେ ପୁତ୍ର ସନ୍ତାନଟିଏ ଜନ୍ମ ସମ୍ବାଦ ପ୍ରାପ୍ତି ପରେ,ନିଜର ଭବିଷ୍ୟତକୁ ଆକଳନ କରି ଏକ ଅନାଗତ ଭୟରେ ଶିହରୀ ଉଠିଛନ୍ତି । ପାଗଳ ପ୍ରାୟ ଧାଇଁଛନ୍ତି ପିତା ବିମ୍ବିସାରଙ୍କୁ ମୁକ୍ତ କରି କ୍ଷମା ଯାଚନା ଉଦ୍ଦେଶ୍ୟରେ । ମାତ୍ର ସେତେବେଳକୁ କ୍ଷୁଧା ତୃଷ୍ଣାରେ କଲବଲ ହେଇ ପ୍ରଣାତ୍ୟାଗ କରି ସାରିଛନ୍ତି ବିମ୍ବିସାର । ପିତୃତ୍ଵ ଅର୍ଜନ କରିବା ପରେହିଁ ଅନୁଭବ କରି ହୁଏ ପିତାଙ୍କର ଗାରିମା ଓ ମୂଲ୍ୟ – ଏଇ ସାର କଥାଟି ଆଳଙ୍କାରିକ ଶବ୍ଦ ଶୈଳୀରେ ଓଜସ୍ଵୀ ଭାଷାରେ ପରିଭାଷିତ ହୋଇଛି କଥାକାରଙ୍କ ଗଳ୍ପରେ ।
ଆସନ୍ତୁ ଶୁଣିବା ଏଇ ପ୍ରଖ୍ୟାତ କଥାଶିଳ୍ପୀଙ୍କର ଏହି କାଳଜୟୀ କାହାଣୀ – “ପିତା ଓ ପୁତ୍ର”

One response to “Pita O Putra”

Comments