N Aa
Add to Library  

ରେବତୀ ଫକୀରମୋହନଙ୍କ ସାହିତ୍ୟିକ ଶିଳ୍ପ ଦୃଷ୍ଟିରୁ ପ୍ରଥମ ସାର୍ଥକ ଗଳ୍ପ । ଗଳ୍ପଟିର ପରିଣତି କରୁଣାନ୍ତକ । ସମକାଳରେ ଭାରତୀୟ ସାହିତ୍ୟରେ କଳା ଦୃଷ୍ଟିରୁ ଏହାର ସ୍ୱାତନ୍ତ୍ର୍ୟ ପ୍ରମାଣିତ । ଏକ ନୀରବ ପ୍ରେମର ଫଲ୍‌ଗୁ ଗଳ୍ପର ଆଦ୍ୟନ୍ତ ପ୍ରବାହିତ । ଏଭଳି ଏକ ଲଳିତ ପ୍ରେମଗଳ୍ପ ସମଗ୍ର ଭାରତୀୟ ସାହିତ୍ୟରେ ଦୁର୍ଲଭ । କୁସଂସ୍କାର ଓ ସମକାଳୀନ ସାମାଜିକ ଅନ୍ଧବିଶ୍ୱାସ କିମ୍ବା ସମାଜରେ ନାରୀଶିକ୍ଷାର ପ୍ରଚାର- ପ୍ରସାର ଉଦ୍ଦେଶ୍ୟରେ ଗଳ୍ପଟି ରଚିତ ନୁହେଁ । ଦୁର୍ଭାଗ୍ୟର ଶିକାର ମଣିଷ କିପରି ଭାଗ୍ୟହସ୍ତରେ କ୍ରୀଡାନକ ହୋଇଯାଏ, ସ୍ୱପ୍ନ ଦେଖୁଥିବା ବୟସରେ ସ୍ୱପ୍ନ ଭାଙ୍ଗି ଜୀବନରେ ଦୁର୍ଯ୍ୟୋଗର ସୂତ୍ରପାତ କରିଥାଏ; ତାର ଏକ କରୁଣାନ୍ତକ ଦୃଶ୍ୟ ଗଳ୍ପଟିରେ ପ୍ରଦର୍ଶିତ । ଜୀବନକୁ ଚିହ୍ନିବାର ଉଦ୍ୟମ କରୁଥିବା ବାଳିକାଟିଏ ବିନା ଅପରାଧରେ ଦୁର୍ଭାଗ୍ୟର ଶିକାର ହୋଇ ବଞ୍ଚିବାର ସର୍ବନିମ୍ନ ମୋହକୁ ବି ପରିତ୍ୟାଗ କରିଦିଏ । ପ୍ରଥମେ ପିତା-ମାତା ଏବଂ ପରେ ନିଜ ପ୍ରେମର ଆରାଧ୍ୟଙ୍କୁ ହରାଇ ଦୁର୍ବିଷହ ଜୀବନ ଭିତରେ ଅସମୟରେ ବୃନ୍ତଚ୍ୟୁତ ହୋଇଯାଏ ରେବତୀନାମ୍ନୀ ବାଳିକାଟିଏ । ଓଡ଼ିଆ ଗଳ୍ପର ଆଦ୍ୟ ପର୍ଯ୍ୟାୟରେ ରଚିତ ଏହି କ୍ଲାସିକ ଗଳ୍ପରେ ମାନବିକ ସମ୍ବେଦନଶୀଳତା ଏବଂ ଭାଗ୍ୟର ନିଷ୍ଠୁରତା କିପରି ଗୋଟିଏ ବିରୋଧାଭାସ ଦେଇ ଗତି କରିଛିି, ତାହା ଜାଣିବା ପାଇଁ ଶୁଣନ୍ତୁ ଫକୀରମୋହନଙ୍କ କ୍ରାନ୍ତିକାରୀ ଗଳ୍ପ “ରେବତୀ” ।

18 responses to “Rebati”

  1. Debadutta says:

    Great story ….Feeling very happy to get Odisha ‘s first audio book from ReciteWorld.Great job ….Keep up the good work.

    (5/5)
  2. Sibu says:

    ଆଜି କେବଳ କାଳଜୟୀ ‘ରେବତୀ’କୁ ଶୁଣିଲି। ଗଳ୍ପ ପଠନ ଓ ତା ସହିତ ବୁଢୀ,ରେବତୀ,ବାସୁଦେବ ଚରିତ୍ର ମାନଙ୍କର କଣ୍ଠ ସଂଯୋଜନ ଏବଂ ସାନ ରେବତୀର ଗୀତ ପଠିତଗଳ୍ପକୁ ଅଧିକ ନାନ୍ଦନିକ କରି ତୋଳିଛି।
    ଶ୍ରୁତି-ସାହିତ୍ୟର ଏହି ବହୁ ଅପେକ୍ଷିତ କଳାର ଆନ୍ତରିକ ପ୍ରୟାସ ପାଇଁ ଅଶେଷ ଧନ୍ୟବାଦ ଓ ଅଭିନନ୍ଦନ। ଶୁଭେଚ୍ଛା ।
    ଗଳ୍ପ ପାଠକ ତଥା ଚରିତ୍ରମାନଙ୍କରେ କଣ୍ଠଦାନ କରିଥିବା କଳାକାରମାନଙ୍କର ନାମ ଉଲ୍ଲେଖ କରିବା ବିଷୟରେ ଅନୁଯୋଗ ରହିଲା। ସମ୍ଭବ ହେଲେ କରିବେ।
    ନମସ୍କାର। ସମସ୍ତେ ଭଲରେ ଥିବେ।

    (5/5)
  3. somnath_gochhikar says:

    sahitya .. galpa seteta bhala lageni ama generations ku… sethiru mu bhi baad jaithnati kemiti. matra aji Jane bandhu mate link ti share kale… boar hauthili sethipain sunibasili…
    satare kete balista ama matrubhasa o sahitya… I’m now a big fan

    (4/5)
  4. himanshu says:

    ଶୁଣିକି ବହୁତ ଭଲ ଲାଗିଲା । 🙏

    (4/5)
  5. Bhubanjit says:

    ପିଲାଦିନେ ପଢ଼ିଥିବା ସେ ଗଳ୍ପ ଆଜି ଯେପରି ପୁନର୍ବାର ଉଜ୍ଜୀବିତ ହେଇଉଠିଛି । ଅଶେଷ ଅଶେଷ ଧନ୍ୟବାଦ୍ ।

    (5/5)
  6. sushree sangita Lenka says:
    (5/5)
  7. sukanti kar says:

    nice story

    (1/5)
  8. jayantiojha150@gmail.com says:

    it’s very old story I won’t listen that and when I am listen it’s very nice 💯💯✌️

    (4/5)
  9. jayantiojha150@gmail.com says:

    it’s very old story I won’t listen that and when I am listen it’s very nice 💯💯✌️

    (4/5)
  10. jayantiojha150@gmail.com says:

    it’s very old story I won’t listen that and when I am listen it’s very nice 💯💯✌️

    (4/5)
  11. Subham@2008 says:

    Maidi boloim

    (5/5)
  12. Subham@2008 says:

    ଭଲ‌ ଲାଗିଲା

    (5/5)
  13. swayam dash says:

    nice!!!! is it the whole story?

    (3/5)

Comments