N Aa
Add to Library  

ପ୍ରତ୍ୟେକ ମଣିଷ ନିଜର ପରିସର ଓ ଯୋଗ୍ୟତା ସମ୍ପର୍କରେ ସଚେତନ ରହିବା ଆବଶ୍ୟକ । ଯେଉଁବ୍ୟକ୍ତି ନିଜ ସୀମାବଦ୍ଧତା ସମ୍ପର୍କରେ ଯେତିକି ସଚେତନ, ସେ ସେହି ପରିମାଣରେ ବୁଦ୍ଧିମାନ । ଆଧୁନିକ ଶିକ୍ଷିତ ବିତ୍ତଶାଳୀ ଯୁବକ ଉପଭୋଗରେ ଜୀବନର ସାର୍ଥକତାକୁ ଖୋଜେ । ଜୀବନର ପ୍ରତିମୁହର୍ତ୍ତକୁ ସୁରା ଓ ସାକୀ ପାଖରେ ବଳି ପକାଇ ନିଜ ଅଭିଜାତ ପଣିଆକୁ ବିଜ୍ଞପିତ କରିବାକୁ ଚାହେଁ । ଗଳ୍ପନାୟକ ରମଣୀମୋହନ ଜମିଦାର ପିଲା ଓ ଶିକ୍ଷିତ । ପିତାଙ୍କ ଅକାଳ ବିୟୋଗ ତାକୁ ଜମିଦାରୀ ଦାୟିତ୍ୱ ନେବାକୁ ବାଧ୍ୟ କରିବାରୁ କଲେଜ ପାଠ ଛାଡ଼ି ଜମିଦାରୀ ଇଲାକାକୁ ଫେରେ । ମାତ୍ର ଯାଯାବର ମନ ସ୍ଥିର ରହେନି ଜମିଦାରୀର ସୀମିତ ଇଲାକାରେ । ମ୍ୟାନେଜର ଉପରେ ଜମିଦାରୀ ଦାୟିତ୍ୱ ଦେଇ ପର୍ଯ୍ୟଟକର ଜୀବନକୁ ଆଦରିନିଏ ରମଣୀମୋହନ । ମଶୋରୀର ପ୍ରାକୃତିକ ପରିବେଶରେ ତାର ଉପଭୋଗୀ ମନ ଭେଟେ ଏକ ସୁନ୍ଦରୀ ରମଣୀକୁ । ସ୍ଥାନ ଥିଲା ଗୋଟିଏ ସିନେମାହଲ୍ ସନ୍ନିକଟ । ତରୁଣୀ ଫିଲ୍ମ ଦେଖିବାକୁ ହଲ୍‌ଭିତରେ ପଶିବା ମାତ୍ରେ ରମଣୀମୋହନ ମଧ୍ୟ ତାର ଅନୁଧାବନ କରେ । ପାଖିପାଖି ବସି ଅଶୋଭନୀୟ ଆଚରଣ ପ୍ରଦର୍ଶନ ସତ୍ତ୍ୱେ କୌଣସି ପ୍ରତିକ୍ରିୟା ନଥାଏ ତରୁଣୀର । ଅନୁରୋଧକ୍ରମେ ଉଭୟ ଚା’ପାନ କରନ୍ତି ଓ ଫିଲ୍ମଶେଷହେବା ପରେ ନିଜ ହୋଟେଲ୍‌କୁ ତରୁଣୀକୁ ନିମନ୍ତ୍ରଣ କରେ ରମଣୀମୋହନ । ଖାଦ୍ୟ-ପାନ ପରେ ତରୁଣୀକୁ ଅନୁରୋଧ କରେ ସେଠାରେ ରାତି ଯାପନ ପାଇଁ । ତରୁଣୀ କିନ୍ତୁ ତାକୁ ନିମନ୍ତ୍ରଣ କରେ ନିକଟରେ ଥିବା ତାରଏକୁଟିଆ ଘରକୁ । ଉତ୍‌ଫୁଲ୍ଲିତ ରମଣୀ ସାଙ୍ଗ ହୋଇ ଯାଏ ତରୁଣୀଗୃହକୁ । ସେଠାରେ କେଉଁ ପରିବେଶ ଅପେକ୍ଷା ରଖିଥାଏ ରମଣୀମୋହନ ପାଇଁ ଜାଣିବାକୁ ହେଲେ ଶୁଣନ୍ତୁ ଲକ୍ଷ୍ମୀକାନ୍ତଙ୍କଏହି ଚମତ୍କାର ଶିକ୍ଷଣୀୟ ଗଳ୍ପଟିକୁ ।

9 responses to “Utkata Prema”

  1. Dhriti sundar panda says:
    (4/5)
  2. Shreyashree Jena says:
    (5/5)
  3. 7377537158 says:

    👌🏻

    (5/5)
  4. sushree sangita Lenka says:
    (5/5)
  5. sukanti kar says:

    nice story

    (5/5)
  6. Rajdeep.Jena says:

    So nice

    (4/5)
  7. Prangya Priyadarshini Mohanty says:

    Nice ….

    (5/5)
  8. Siddharth Raj Anand says:

    ଅତି ସୁନ୍ଦର ଗଳ୍ପ

    (5/5)
  9. Parameswar muduli says:

    bad story 😢💢💤👀

    (3/5)

Comments