ସେ ଶଗଡ ସବୁ ଦେଖିଛି । କୁଆଁରୀର ଲାଜ, ନବ ବିବାହିତାର ସ୍ଵପ୍ନ, ବୈଧବ୍ୟର ଲୁହ, ଜରାଗ୍ରସ୍ତର ଯନ୍ତ୍ରଣା, ଅପରାଧୀର ଔଦ୍ଧତ୍ୟ ଏମିତି କେତେ କ’ଣ । ଖଲିକୋଟ ଗଡ଼ରୁ କାଳିଆ କସରା ବଳଦଙ୍କ କାନ୍ଧରେ ଷ୍ଟେସନ ଯାଏଁ ଗଡ଼ି ଚାଲୁଥାଏ ଏଇ ଶଗଡ଼ । ଖରା ବର୍ଷା ନାହିଁ, ଶୀତ କାକର ନାହିଁ , ସୁଖ ଦୁଃଖ ନାହିଁ, ରୋଗ ବ୍ୟାଧି ନାହିଁ । ହଁ, ମୁଁ ମାଗୁଣୀର ଶଗଡ କଥା ହିଁ କହୁଛି । ଯୋଉ ଶଗଡକୁ ନେଇ ସ୍ଵପ୍ନର ସୌଧ ଗଢିଥିଲା ମାଗୁଣୀ, ତା’ ଯେ ଦିନେ ସିଂହ ଘର ମୋଟର ଆଗରେ ଭୁଷୁଡି ପଡିବ – ଏକଥା ନା ଜାଣିଥିଲା ମାଗୁଣୀ, ନା ତା’ର ପ୍ରିୟ କାଳିଆ କଶରା । ଯନ୍ତ୍ର ଦାନବ ସଭ୍ୟତାକୁ କରିଛି ପ୍ରଗତିଶୀଳ, ସମୃଦ୍ଧ । କିନ୍ତୁ ଯନ୍ତ୍ର ଦାନବ କ’ଣ ଗାଇପାରିବ “ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି ? ଯନ୍ତ୍ର କ’ଣ ପୋଛିପାରିବ କାହା ଆଖି ଲୁହ ? ନା ଚେନାଏ ସାନ୍ତ୍ଵନା ଦେଇ ପ୍ରଶମିତ କରିପାରିବ କାହାର ବୁକୁଫଟା ବେଦନାକୁ ?” ଯନ୍ତ୍ର ପ୍ରଗତିର ବେଗ ହେଇପାରେ କିନ୍ତୁ ଆମ ହସ ଲୁହ ଭାବପ୍ରବଣତାକୁ ବୁଝିବାର ଛଳ ଛଳ ଆବେଗଟି ତା’ ଭିତରେ ଆସିବ କୁଆଡୁ ? ସ୍ଵର୍ଗତଃ ଗୋଦାବରୀଶ ମହାପାତ୍ରଙ୍କର ଯେଉଁ କେତୋଟି ସୃଷ୍ଟି ତାଙ୍କୁ ଏବେ ବି ଜନମାନସରେ ଜୀବିତ କରି ରଖିଛି ତା’ ମଧ୍ୟରୁ ଗଳ୍ପ “ମାଗୁଣୀର ଶଗଡ଼” ଅନ୍ୟତମ । ଆସନ୍ତୁ ଶୁଣିବା ଗଳ୍ପ – “ମାଗୁଣୀର ଶଗଡ଼” ।
Maguni ra Sagada
One response to “Maguni ra Sagada”
Comments
You must be logged in to post a comment.
ଅତି ଚମତ୍କାର ଉପସ୍ଥାପନା। ଆଗରୁ କାହାଣୀ ପଢ଼ିଥିଲି। ପ୍ରଥମଥର ଶୁଣିଲି, ସୁନ୍ଦର ଅନୁଭବ ପାଇଲି।