N Aa
Add to Library  

ପାଠକକୁ ଚମକେଇ ଏକ ରହସ୍ୟମୟ ଜଗତର କାଳ୍ପନିକ ସୀମାନ୍ତରେ କିପରି ତନ୍ଦ୍ରାଚ୍ଛନ୍ନ କରିଦେବାକୁ ହୁଏ, ସେହି କଲାଟି ଉତ୍ତମ ରୂପେ ଜଣାଥିଲା ଗାଳ୍ପିକ ଅଖିଳମୋହନଙ୍କୁ । ନାରୀ ଚରିତ୍ରର ରହସ୍ୟମୟତା ଭିତରେ ପୁରୁଷର ଅସହାୟତା ଏବଂ ଏକ ବିକଟାଳ ସତ୍ୟ ମିଷ୍ଟର୍ ଗ୍ରୀନଙ୍କ ସମସ୍ତ ସ୍ୱପ୍ନକୁ ଧ୍ଵଂସ କରିଦେଇଛି । ମିଷ୍ଟର୍ ଗ୍ରୀନ୍ ଯେଉଁ ସତ୍ୟକୁ ଆଖି ସାମନାରେ ଦେଖିଛନ୍ତି, ନୂତନ ରୋମାଞ୍ଚରେ ଶିହରିତ ହେଉଥିବା ପ୍ରତିଟି ପୁରୁଷ ପାଇଁ ତାହା ନିଶ୍ଚିତ ଭାବରେ ବିଷାଦ ଜୀବନବୃତ୍ତ ପାଇଁ ଏକ ନିଷ୍ଠୁର ଆହ୍ୱାନ । ମିଷ୍ଟର୍ ଗ୍ରୀନ୍ ଏବେ ମୃତ; ପୁଣି ମୃତ କବନ୍ଧ –। ରେଳ କର୍ମଚାରୀ ଓ ପାର୍ଶ୍ଵବର୍ତ୍ତୀ ଲୋକମାନଙ୍କ ପାଇଁ ଡିଷ୍ଟାଣ୍ଟ୍ ସିଗନାଲ୍ ଏକ ଆତଙ୍କ; ସତେ ଯେପରି ମୃତ୍ୟୁର ଜନ୍ତା । ରାତ୍ରକାଳରେ ସେହି ପଥ ଦେଇ ଅତିକ୍ରମ କରିବାର ଅକୁତୋଭୟତା କାହା ପାଖରେ ନାହିଁ । କ’ଣ ଥିଲା ସେ ରହସ୍ୟ ? ଏହି ରହସ୍ୟ ଉଦ୍ଘାଟନ କରିବାର ରୋମାଞ୍ଚକତାକୁ ଅନୁଭବୁ ଥିଲେ ମିଃ ରବର୍ଟସନ୍ । ତାଙ୍କ ସମ୍ମୁଖରେ ରହସ୍ୟର ପର୍ଦ୍ଦାଟି ଉନ୍ମୋଚନ ହୋଇଯାଉଥିଲା କବନ୍ଧ-ରୂପୀ ମିଷ୍ଟର୍ ଗ୍ରୀନଙ୍କ ବକ୍ତବ୍ୟରୁ । ମିଷ୍ଟର୍ ଗ୍ରୀନ୍ ଥିଲେ ଜଣେ ଭରସାଯୋଗ୍ୟ ଟ୍ରେନ  ଡ୍ରାଇଭର୍; ତେଣୁ ବହୁ ପ୍ରଶଂସାର ଯୋଗ୍ୟ । ସେଦିନ ନିରବଚ୍ଛିନ୍ନ ତିନିଦିନ ଡ୍ୟୁଟି ସାରି ଫେରୁଥିଲେ ଗ୍ରୀନ୍ । ଆଖିରେ ଆଖିଏ ସ୍ୱପ୍ନ ନେଇ । ଦେଢ଼ଦିନର ବିଶ୍ରାମ । ଘରେ ମନଲୋଭା ପତ୍ନୀ ମିସେସ୍ ଗ୍ରୀନ୍ । ଏ ଦେଢ଼ଦିନର ପ୍ରତ୍ୟେକ ମୁହୂର୍ତ୍ତ  ତାଙ୍କୁ ରୋମାଂଚିତ କରିବ । ମିସେସ୍ ଗ୍ରୀନଙ୍କୁ ନେଇ ଅନେକ କାଳ୍ପନିକ ସ୍ୱପ୍ନ ତାଙ୍କ ଆଖିରେ । ହଠାତ୍ ଘରପାଖରେ ପହଞ୍ଚି ଡ୍ରଇଂରୁମ୍ ର କବାଟ ଖୋଲିଦେଇ ସ୍ତମ୍ଭୀଭୂତ ହୋଇଉଠିଲେ ମି. ଗ୍ରୀନ୍ । କ’ଣ ସେ ଦେଖିଲେ ଘରଭିତରେ ? ତାଙ୍କପରି ଏକ ଦାୟିତ୍ୱପୂର୍ଣ୍ଣ ଭରସାଯୋଗ୍ୟ ଡ୍ରାଇଭର୍ କିପରି ମୁଣ୍ଡହୀନ କବନ୍ଧ– ପାଲଟିଗଲେ ? କାହିଁକି ଲୋକମାନେ ଡିଷ୍ଟାଣ୍ଟ୍ ସିଗ୍ନାଲ୍ ପାଇଁ ଆତଙ୍କିତ ରହିଥିଲେ । ଏହି ସମସ୍ତ ରହସ୍ୟଭରା ପ୍ରଶ୍ନର ସମୁଚିତ ଉତ୍ତର ପାଇଁ ଶୁଣନ୍ତୁ ଅଖିଳମୋହନଙ୍କର ‘ରୁବିର ରୁବାଇୟାତ୍’ ଗଳ୍ପ ।

Comments