ଦୁଇଜଣ ତରୁଣ-ତରୁଣୀଙ୍କ ଆବେଗିକ ସମ୍ପର୍କ ଏବଂ ପରବର୍ତ୍ତୀ ବାସ୍ତବ ଅନୁଭୂତିରେ ସମୟାତୀତ ଗଳ୍ପଟି ରସାଣିତ । ସତ୍ୟ ଓ ସୁରମା-ସତେ ଯେପରି ଦୁଇଟି ଭିନ୍ନ ଚରିତ୍ର । ମାତ୍ର ଆବେଗ ଦୃଷ୍ଟିରୁ ସମ୍ପର୍କ କିନ୍ତୁ ଭିନ୍ନ ଧରଣର । ସତ୍ୟ ପାଇଁ ଜୀବନର ସଂଜ୍ଞା ଭିନ୍ନ । ତେଲଲୁଣର ହିସାବକରା ଜୀବନ ଭିତରେ ସେ ନଥାଏ କିମ୍ବା ବନ୍ଧୁ ରାଜକିଶୋର ପରି ବସ୍ତୁବାଦୀ ପୁସ୍ତକକୀଟ ହେବାରେ ଆଗ୍ରହୀ ନୁହେଁ । ସେ ନିଜ ବିଚାରରେ ଜୀବନକୁ ପଢ଼େ, ଉପଲ୍ବଧି କରେ । ସୁରମାର ମନ ବୁଝିବାର ଜ୍ଞାନ ତାର ନ ଥାଏ । ଚପଳାମି ଭିତରେ ଜୀବନ ବାହିନେବାରେ ଆନନ୍ଦ ପାଏ । ଏହି ଦୃଷ୍ଟିରୁ ସେଦିନ ସୁରମା ବିରକ୍ତ ହୋଇଛି । ସେ ଚାହିଁଛିି ସତ୍ୟ ଏକ ଶୃଙ୍ଖଳିତ ଜୀବନ ବଞ୍ଚୁ ଓ ତାର ଆବେଗକୁ ବୁଝୁ । ସତ୍ୟ ଫେରିଯିବା ପରେ ଦୁଃଖ ପାଇଛି ସୁରମା । ଚାକର ହାତରେ ବହି ଭିତରେ ଛୋଟ ଚିଠିଟିଏ ଲେଖିଛି, ‘ବନ୍ଧୁ, ମୁଁ ବଡ଼ ବିପନ୍ନ’ । ସତ୍ୟ ବହି ପଢ଼ିନଥିଲା । ଅଭିମାନରେ ହୋଇଥିଲା ପ୍ରବାସୀ । ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ଯୋଗୁଁ କାରାଗାର ବରଣ କରିଥିଲା । ଜେଲ୍ରୁ ମୁକ୍ତ ହେବା ପରେ ସେ ସୁରମାକୁ ଖୋଜିଖୋଜି ପହଞ୍ଚିଥିଲା ରାଜକିଶୋର ଘରେ । ବର୍ତ୍ତମାନ ରାଜକିଶୋରଙ୍କ ପତ୍ନୀ ସୁରମା । ରାଜକିଶୋର ବଡ଼ ଅଫିସର । ଦୀର୍ଘଦିନ ପରେ ସତ୍ୟ ସହିତ ସାକ୍ଷାତ ସୁରମାର । ଏହି ସାକ୍ଷାତ କିପରି ଥିଲା? କ’ଣ ଥିଲା ପ୍ରତିକ୍ରିୟା ସୁରମାର? ଏହାର ସବିଶେଷ ବିବରଣୀ ଜାଣିବା ପାଇଁ ଆସନ୍ତୁ ଶୁଣିବା ଭଗବତୀ ଚରଣଙ୍କର ‘ସମୟାତୀତ’ ଗଳ୍ପ ।
Samayatita
13 responses to “Samayatita”
Comments
You must be logged in to post a comment.
ସୁନ୍ଦର
I like the story
👌🏻
good
Bahut bhala
very good story