ଓଡ଼ିଶାରେ ସାମ୍ୟବାଦୀ ଦର୍ଶନର ପ୍ରଚାରକ ଭଗବତୀ ଚରଣ ପାଣିଗ୍ରାହୀ । ସାଧାରଣ ମଣିଷର ସଂଗ୍ରାମ ଓ ସଂଗ୍ରାମୀର ଜୀବନର ସ୍ୱରକୁ ଗଳ୍ପରେ ଉଚ୍ଚାରଣ କରି ଯୁଗଯୁଗ ଧରି ନିଷ୍ପେସିତ ମଣିଷଙ୍କର ହୃଦୟର ବ୍ୟଥାକୁ ଶବଳିତ କରିଛନ୍ତି । ଶୋଷିତର ପ୍ରତିକ୍ରିୟା ଓ ପ୍ରତିବେଦନ ତଥାକଥିତ ବୁର୍ଜୁଆଗୋଷ୍ଠୀ ଓ କ୍ଷମତାଶାଳୀଙ୍କ ନିକଟରେ ପହଞ୍ଚିପାରେନାହିଁ । ମାତ୍ର ସେହି ସ୍ୱର ସବୁଦିନ ପାଇଁ ଅବଦମିତ ହୋଇ ରହେ ନାହିଁ । ପ୍ରତି ମୁହୂର୍ତ୍ତରେ ନିର୍ଯ୍ୟାତନାର ଶିକାର ଏହି ମଣିଷ ତୁଣ୍ଡ ଖୋଲେ । ତା’ପ୍ରତିକ୍ରିୟାରେ ଭାଙ୍ଗିପଡେ ବୁର୍ଜୁଆର ରାଜସିଂହାସନ; ମାତ୍ର ସାମାଜିକ ନ୍ୟାୟ ପାଇବାରେ ହୁଏ ଅସମର୍ଥ । କ୍ଷମତାଶାଳୀଙ୍କ କ୍ଷମତା ଅଳିନ୍ଦରେ ତାର ପ୍ରତିକ୍ରିୟା ହୁଏତ ଇତିହାସରେ ହଜିଯାଏ; କିନ୍ତୁ ନିଷ୍ପେସିତଙ୍କ ପାଇଁ ତାହା ହୁଏ ସଂଗ୍ରାମର ତୀକ୍ଷ୍ଣ ଅସ୍ତ୍ର । ସେଦିନ ଶିକାରୀ ଘିନୁଆ ତା’ ଆଖିଆଗରେ ସ୍ତ୍ରୀ ପ୍ରତି ଅତ୍ୟାଚାର ଉଦ୍ୟମୀ ଔପନିବେଶିକ ଶାସନର ଦଲାଲ୍ ଗୋବିନ୍ଦ ସରଦାରଙ୍କୁ ଦେଖି ଆଦିବାସୀ ମନ ତାର ଜିଂଘାସାରେ ପୂରିଯାଇଥିଲା । ଏହି ଗୋବିନ୍ଦ ସରଦାର ଅନ୍ୟମାନଙ୍କୁ ଲୁଟ୍ କରି, ହତ୍ୟାକରି, ନାରୀର ଇଜ୍ଜତ ନେଇ ହୋଇଛି ସମ୍ପତ୍ତିର ମାଲିକ ଓ ପ୍ରତିପତ୍ତିଶାଳୀ । ପ୍ରତିବାଦର ସ୍ୱର ତା’ ପାଇଁ ଅର୍ଥହୀନ । ନିଜ ଜୀବନର ସୁଖ ସାଉଁଟିବାକୁ ଯାଇ ଅନ୍ୟର ସୁଖକୁ ଲୁଟିଛି । ଘିନୁଆର ସବୁ ଜମିବାଡ଼ି ବି ତା’ ଅକ୍ତିଆରରେ । ଆଜି ପୁଣି ପତ୍ନୀ ଉପରେ ଲୋଲୁପ ଦୃଷ୍ଟି । ନିଷ୍ପତ୍ତି ନେଇ ସାରିଥିଲା ଘିନୁଆ ନିଜ ଭବିଷ୍ୟତ କାର୍ଯ୍ୟପନ୍ଥାର । ବଡ଼ ପୁରସ୍କାର ପାଇବା ନିଶ୍ଚିତ । କ’ଣ ଥିଲା ଘିନୁଆର ନିଷ୍ପତ୍ତି? କେଉଁ ପୁରସ୍କାର ପାଇଲା ଘିନୁଆ? କ’ଣ ପରିଣତି ହେଲା ଶୋଷକ ଗୋବିନ୍ଦ ସରଦାରର? ଏହାର ପରିଣାମ ଜାଣିବା ପାଇଁ ଶୁଣନ୍ତୁ ଭଗବତୀଚରଣ ପାଣିଗ୍ରାହୀଙ୍କ ଏହି ଅନବଦ୍ୟ ଗଳ୍ପ ‘ଶିକାର’
Shikar
17 responses to “Shikar”
Comments
You must be logged in to post a comment.
good
very nice
nice story
nice story
nice story
Very nice
Good story
very nice story
good
nice story.
good story’
Wonderful story