ପ୍ରେମର ସ୍ଥିତି ବିଶ୍ୱାସ ଓ ଆତ୍ମସମର୍ପଣରେ । ପତି-ପତ୍ନୀଙ୍କ ଶ୍ରଦ୍ଧା ଓ ଗଭୀର ଭାବର ମୂଳଭିତ୍ତି ସମର୍ପଣରେ । ସ୍ୱାର୍ଥୀପ୍ରେମ ଉତ୍କଟ ଓ ତା’ର ପରିଣାମ ଭୟଙ୍କର । ଯେଉଁଠି ପ୍ରେମ, ସେଇଠି ଅଧିକାର । ସାମ୍ପ୍ରତିକ ପୃଥିବୀରେ ପ୍ରେମର ଆକଳନ ହୁଏ ଅର୍ଥ ଓ ପ୍ରତିପତ୍ତିରେ । ଅଧିକାର ପଛରେ ରହିଥାଏ ନିଜପଣ । ଯେଉଁଠିଏହି ନିଜପଣ ବିଶ୍ୱାସ ହରାଏ, ସେଠାରେ ଜୀବନ ପରିଣତ ହୁଏ ଜିଂଘାସାରେ । ମୂଲିଆ ହରିଆ ଓ ଗଉରୀ ସମ୍ପର୍କରେ ପତି-ପତ୍ନୀ । ବିଚ୍ଛନ୍ଦ ଓ ହରିଆର ସମ୍ପର୍କ ମାଲିକ ଏବଂ ମୂଲିଆ । ହରିଆର ପତ୍ନୀ ସୁନ୍ଦର । ବିଚ୍ଛନ୍ଦ କାମୁକ । ମାଲିକ-ମୂଲିଆର ସମ୍ପର୍କ ନେଇ ହରିଆର ଘରକୁ ଯାଏ ବିଚ୍ଛନ୍ଦ; ଉଦ୍ଦେଶ୍ୟ କିନ୍ତୁ ସୁନ୍ଦରୀ ଗଉରୀର ସାନ୍ନିଧ୍ୟ । ଏହି ସମ୍ପର୍କକୁ ସନ୍ଦେହ କରୁଥିବା ହରିଆର ମା’ ପୁଅକୁ ପରୋକ୍ଷରେ ସେହି କଥା କହିବାସତ୍ତ୍ୱେ ପତ୍ନୀକୁ ଭଲପାଉଥିବା ହରିଆ ତାହା ବିଶ୍ୱାସ କରେ ନାହିଁ । ସେ ଦିନ ଲଳିତାକଟା ପାଖରେ ଅନ୍ୟାନ୍ୟ ମୂଲିଆଙ୍କ ମଧ୍ୟରେ ବିଚ୍ଛନ୍ଦ ଓ ଗଉରୀର ସମ୍ପର୍କକୁ ନେଇ ଚର୍ଚ୍ଚା ହରିଆ ଶୁଣେ । ମାତ୍ର ତାର ପ୍ରତ୍ୟୟ ଆସେ ନାହିଁ । କିନ୍ତୁ ସେଦିନ ଲଳିତା ଜମି ସମୀପବର୍ତ୍ତୀ ଆମ୍ବଗଛମୂଳେ ନିଜ ପତ୍ନୀ ଏବଂ ମାଲିକ ବିଚ୍ଛନ୍ଦର ଘନିଷ୍ଠତା ଦେଖି ହରିଆ କଟୁରୀ ହସ୍ତରେ ପହଞ୍ଚେ ସେମାନଙ୍କ ନିକଟରେ । ସେଠାରେ ହରିଆର ପ୍ରତିକ୍ରିୟା ନିଜ ପତ୍ନୀ ଓ ମାଲିକଙ୍କ ପ୍ରତି କିପରି ଥିଲା ଏବଂ ପରିଣତି କେଉଁ ପରି ରୂପ ନେଇଥିଲା ଜାଣିବାକୁ ହେଲେ ଶୁଣନ୍ତୁ ଲକ୍ଷ୍ମୀକାନ୍ତଙ୍କରଏହି ଚମତ୍କାର ଗଳ୍ପ ‘ଅଧିକାର’କୁ ।
Adhikar
21 responses to “Adhikar”
Comments
You must be logged in to post a comment.
Good story
very nice
I like the story very much
nice story
GOOD STORY
Good story
Nice story
𝑵𝒊𝒄𝒆 𝑺𝒕𝒐𝒓𝒚……🙂
good
good
very bad😃😁🥰😦😛😋
Very nice story..