N Aa
Add to Library  

ମୃତ୍ୟୁ ଚିରନ୍ତନ ସତ୍ୟ; ସେ କାନଗୋଇ ପରି ଦାରିଦ୍ର୍ୟ ସହିତ ଯୁଝୁଥିବା ମଣିଷ ହେଉ ବା ଜଜ୍ ସାହେବଙ୍କ ପତ୍ନୀ ହୁଅନ୍ତୁ ୲ ଗୋଟିଏ ଜୀବନର ଅବସାନ ସହିତ ତା’ର ଇତିହାସ, ଚାରିତ୍ରିକ ସ୍ଖଳନ ଓ ଆଚରଣଗତ ଅମାନବିକତାର ମଧ୍ୟ ଅପମୃତ୍ୟୁ ହୋଇଥାଏ ୲ ମୃତ୍ୟୁ ପରେ ଆଲୋଚନା ପ୍ରଲମ୍ବିତ ହୋଇଯାଏ ଘରପିଣ୍ଡାରୁ ଚାଷଜମି ପର୍ଯ୍ୟନ୍ତ ୲ ମୃତ୍ୟୁ ସହିତ ଲୋକବିଶ୍ୱାସ ଏବଂ ଲୋକଚାରର ବିଧିବିଧାନ ପାଳିତ ହେବାକୁ ବାଧ୍ୟ ୲ ‘ବାସିମଡ଼ା’ ସେହିପରି ଏକ ଆଣ୍ଟି-ରୋମାଣ୍ଟିକ ଗଳ୍ପ, ଯାହା ଅନ୍ତରାଳରେ ସ୍ରଷ୍ଟାର ମାନବବାଦୀ ସମ୍ବେଦନଶୀଳତା କାରୁଣ୍ୟର ବାତାବରଣ ସୃଷ୍ଟିକରେ ୲ ଘୃଣିତ ମଣିଷ ଆଖି ଆଗରୁ ଅଦୃଶ୍ୟ ହେବାର ଦୃଶ୍ୟ ପରମଶତ୍ରୁକୁ ମଧ୍ୟ ଶୋକବିଗଳିତ କରିପାରେ ୲ ବାସିମଡ଼ା ହେବ ସାମାଜିକ ଦୃଷ୍ଟିକୋଣରୁ ଗର୍ହିତ; ସେହି ଚିନ୍ତା ସମସ୍ତଙ୍କୁ ମଥିତ କରେ ୲ ମୃତ୍ୟୁର ନିଷ୍କରୁଣ କଷଟିରେ ଜୀବନର ସ୍ଵର୍ଣ୍ଣଦ୍ୟୁତି ପରିସ୍ଫୁଟିତ ହେବାର ସମସ୍ତ ସମ୍ଭାବନା ସୁରେନ୍ଦ୍ରଙ୍କ ଲେଖନୀରେ ଦାର୍ଶନିକ ସଜୀବତା ଲାଭ କରିପାରେ ୲ ଗ୍ରାମ୍ୟଜୀବନଚର୍ଯ୍ୟାର ସ୍ଵାନୁଭୂତି ସହିତ ନଗର ମଣିଷର ବ୍ୟବସାୟିକ ଦୃଷ୍ଟିଭଙ୍ଗୀ ଭିତରେ ଲେଖକୀୟ ସ୍ପର୍ଶାତୁର ଆବେଦନ ସମ୍ବେଦନଶୀଳତାର ମାନବିକପଣିଆକୁ ଦୀପ୍ତିମନ୍ତ କରେ ୲ ନିଧି କାନଗୋଇ ଜୀବନର ଅନ୍ତିମ ପରିଣତି କ’ଣ ହୋଇପାରେ ? ଶଙ୍କର ଗାରଡ଼, ଶବର ଉପଯୁକ୍ତ ସଂସ୍କାର କରେ କି ? ଶତ୍ରୁ-ମିତ୍ର ଭେଦରେ କ’ଣ ଥିଲା ପ୍ରତିକ୍ରିୟା ସାଇଭାଇମାନଙ୍କର କାନଗୋଇର ମୃତ୍ୟୁରେ ? ଏହାର ଯଥାର୍ଥ ଉତ୍ତର ଜାଣିବାକୁ ଶୁଣନ୍ତୁ ସୁରେନ୍ଦ୍ର ମହାନ୍ତିଙ୍କର ଭିନ୍ନ ଏକ ସ୍ୱାଦର ଗଳ୍ପ ‘ବାସିମଡ଼ା’ ୲

Comments