N Aa
Add to Library  

ମିଥ୍ୟା ସ୍ୱପ୍ନରେ ବଞ୍ଚିବାର ମଧ୍ୟ ଆନନ୍ଦ ଅଛି । ଅଦେଖା ଡିମିରି ଫୁଲ ବି ସମସ୍ତଙ୍କ ଅଦୃଶ୍ୟରେ ନିଜର ଅସ୍ତିତ୍ୱ ଜାହିର କରିପାରେ । ଡିମିରି ଫୁଲ କେହି ଦେଖିନାହାନ୍ତି; ମାତ୍ର ତା’ର ଅସ୍ତିତ୍ୱ ସମସ୍ତେ ଉପଲବ୍ଧ କରିଥାନ୍ତି; ଯେହେତୁ ଡିମରି ଗଛର ସ୍ଥିତି ରହିଛି । ମଣିଷର ଏହି ଭ୍ରମ ତାକୁ ବଞ୍ଚିବାର ରାହାଟିଏ ଯୋଗାଇ ଦେଇଥାଏ । ସେ ଦିନ ଭଦ୍ରମହିଳା ସଞ୍ଜୟର ରୂପ ସାଦୃଶ୍ୟ ଥିବା ଅଶୋକକୁ ସଞ୍ଜୟ ବୋଲି ଭାବି ନେଇ ଉଲ୍ଲସିତ ହୋଇ ଉଠିଥିଲେ । ତାଙ୍କ ଭାବପ୍ରବଣତା ଏପରି ଥିଲା ଯେ, ଅଶୋକ ଶତଚେଷ୍ଟା ସତ୍ତ୍ୱେ ନିଜର ପ୍ରକୃତ ପରିଚୟ ଦେବାକୁ ହୋଇଥିଲେ ଅସମର୍ଥ । ଏକ ଅତିଭୌତିକତା ମଧ୍ୟରେ ପଥ ହୁଡ଼ିଥିବା ଅଶୋକକୁ ବାସ୍ତବତାର ସତ୍ୟଟି ଉନ୍ମୋଚନ କରିଥିଲେ ଭଦ୍ରମହିଳାଙ୍କ ସ୍ୱାମୀ । ପତ୍ନୀଙ୍କର ମସ୍ତିଷ୍କବିକୃତି ହେବା ପରେ ପରେ କୌଣସି ଏକ ଟ୍ରେନ୍ ଦୁର୍ଘଟଣାରେ ସେମାନେ ହରାଇ ବସିଥିଲେ ତାଙ୍କର ଏକମାତ୍ର କନ୍ୟା ମଞ୍ଜୁଶ୍ରୀକୁ ; ଯେତେବେଳେ ସେ ଥିଲା ତୃତୀୟ ବର୍ଷର ଛାତ୍ରୀ । ସଞ୍ଜୟ ସହିତ ତାର ବିବାହ ପ୍ରସ୍ତାବ ମଧ୍ୟ ସ୍ଥିରୀକୃତ ହୋଇଯାଇଥିଲା । ଇତି ମଧ୍ୟରେ ତିନି ବର୍ଷ ଅତିକ୍ରାନ୍ତ । ପତ୍ନୀକୁ ଭୁଲ୍ ଖବର ଦିଆଯାଇଥିଲା ଯେ, ମଞ୍ଜୁଶ୍ରୀ ବର୍ତ୍ତମାନ ବିଲାତରେ ରିସର୍ଚ ଛାତ୍ରୀ ଏବଂ ସଞ୍ଜୟ ମଧ୍ୟ ବିଲାତରେ । ଭଦ୍ରମହିଳା ସେହିଭ୍ରମରେ ଜୀବନ ବଞ୍ଚୁଥିବା ବେଳେ ଅଚାନକ ବର୍ଷା ପବନରେ ଘରର ବାରଣ୍ଡାରେ ଆଶ୍ରୟ ନେଇଥିବା ଅଶୋକଙ୍କୁ ସଞ୍ଜୟଭ୍ରମରେ ଭଦ୍ରମହିଳା ନିଜ ଅଭିମାନକୁ ପ୍ରକାଶ କରନ୍ତି । ଭଦ୍ରବ୍ୟକ୍ତିଙ୍କଠାରୁ ସମସ୍ତ ତଥ୍ୟ ଅବଗତ ପରେ ସଞ୍ଜୟ ଭୂମିକାରେ ଅଭିନୟ କରିବାର ପ୍ରତିଶ୍ରୁତି ଦିଅନ୍ତି ଅନ୍ତତଃ ଗୋଟିଏ ଜୀବନର ଆଉ କିଛି ଦିନ ସୁଖର କଳ୍ପନାରେ ବଂଚିବାକୁ । ସେ ଦିନ ଏୟାରପୋର୍ଟରେ ଭଦ୍ରମହିଳାଙ୍କ ମଞ୍ଜୁଶ୍ରୀ ପାଇଁ ପ୍ୟାକେଟ୍ ଗ୍ରହଣ କରୁଥିବା ସମୟରେ ଡିମିରିଫୁଲର ବାସ୍ତବତାର ଦ୍ୱନ୍ଦ୍ୱରେ ନିଜରକର୍ତ୍ତବ୍ୟ ଯେପରି ନିରୂପଣ କରି ନେଉଥିଲେ ଅଶୋକ । ଆସନ୍ତୁ ଶୁଣିବା ସେହି ଅପୂର୍ବ ଗଳ୍ପଟି ‘ଡିମିରିଫୁଲ’ ।

One response to “Dimiri Phula”

  1. Jay Jagdev says:

    Excellent.

    (4/5)

Comments