ଊନବିଂଶ ଶତକର ଶେଷାର୍ଦ୍ଧରେ ଲେଖନୀ ଚାଳନା କରିଥିବା ଫକୀରମୋହନ ଓଡ଼ିଆ ସାହିତ୍ୟର ଏକ କ୍ରାନ୍ତିକାରୀ ସ୍ରଷ୍ଟା । ଓଡ଼ିଆ କଥାସାହିତ୍ୟର ଜନକ ଭାବରେ ସମ୍ମାନିତ ଏହି ସ୍ରଷ୍ଟା ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଜାଗ୍ରତ ପ୍ରହରୀ । ଉପନ୍ୟାସ ଏବଂ ଗଳ୍ପରେ ସେ କେବଳ ନିଜ ନବ ନବ ଉନ୍ମେଷଶାଳୀ ପ୍ରତିଭାର ପରିଚୟ ଦେଇନାହାନ୍ତି; ଓଡ଼ିଆ କବିତାର ବିଭିନ୍ନ ଦିଗରେ ପରୀକ୍ଷା ନିରୀକ୍ଷା କରି ସେ ଯେଉଁ ନୂତନ ଦୃଷ୍ଟିଭଙ୍ଗୀର ପରିଚୟ ପ୍ରଦାନ କରିଛନ୍ତି, ସମକାଳରେ ତାହାଥିଲା ସଂପୂର୍ଣ୍ଣ ଅଭିନବ । କଥାସାହିତ୍ୟ, କବିତା, ଅନୁବାଦ, ମୌଳିକ ପ୍ରବନ୍ଧ, ରମ୍ୟରଚନା, ଭ୍ରମଣସାହିତ୍ୟ, ଜୀବନୀ, ଆତ୍ମଜୀବନୀ, ପାଠ୍ୟପୁସ୍ତକ ରଚନା, ଶିଶୁସାହିତ୍ୟ ପ୍ରତ୍ୟେକ କ୍ଷେତ୍ରରେ ସେ ନିଜର ସ୍ୱାତନ୍ତ୍ର୍ୟର ପରିଚୟ ପ୍ରଦାନ କରିଯାଇଛନ୍ତି । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ତାଙ୍କର ସଂଗ୍ରାମ ଥିଲା ଏକ ଐତିହାସିକ ଆବଶ୍ୟକତା ଓ ସେହି ଆବଶ୍ୟକତାକୁ ପରିପୂରଣ କରିବାକୁ ଯାଇ ସେ ସେନାପତିର ଭୂମିକା ନିର୍ବାହ କରିଛନ୍ତି । ସେଇଥିପାଇଁ କିଛି ସ୍ୱାର୍ଥପର ବଙ୍ଗାଳୀଙ୍କ ଦୃଷ୍ଟିରେ ସେ ଥିଲେ ବେଟା ରିଂ ଲିଡର । ୧୮୪୩-୧୯୧୮ ହେଉଛି ତାଙ୍କ ଜୀବନକାଳ । ତାଙ୍କର ଏହି ସୁଦୀର୍ଘ ଜୀବନ ଥିଲା ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏକ ଆଶୀର୍ବାଦ । ଓଡ଼ିଆ ସାହିତ୍ୟକୁ ନୂଆ ଦିଗ ଏବଂ ବେଗ ଦେଇ ସେ ଯେଉଁ ସଶକ୍ତ ଭିତ୍ତିଭୂମିଟିଏ ପ୍ରସ୍ତୁତ କରିଥିଲେ, ସେହି ପୃଷ୍ଠଭୂମି ଉପରେ ଆଜି ଦଣ୍ଡାୟମାନ ସମୃଦ୍ଧ ଓଡ଼ିଆ ସାହିତ୍ୟ ।Read More
ଅତିସୁନ୍ଦର ପ୍ରୟାସ l ସ୍ଵର ଓ ଉପସ୍ଥାପନା ମନ ମୁଗ୍ଧକର l ମୁଁ ଫକୀର ମୋହନଙ୍କ ଜନ୍ମ ମାଟି ମଲ୍ଲିକାଶପୁର, ବାଲେଶ୍ବର ରୁ l ସେଇ ପାଇଁ ମନେ ମନେ ଗର୍ବିତ ବି l ପ୍ରଣାମ ଓ ଶୁଭେଚ୍ଛା ଫୁଲ୍ ଟିମ୍ କୁ 🙏
Bahut bhala kabita