N Aa
Add to Library  

‘ଜଙ୍ଗଲି’ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଏକ ଭିନ୍ନ ଧରଣର ଗଳ୍ପ । ମାନବ ଓ ମାନବେତର ପ୍ରାଣୀର ପ୍ରେମଚିତ୍ର ମଧ୍ୟରେ ଏକ ଚିରନ୍ତନ ପ୍ରେମାବେଗର ଭାବାତ୍ମକ ଅଭିବ୍ୟକ୍ତି ଘଟିଛି ‘ଜଙ୍ଗଲି’ରେ । ପ୍ରେମ ପଶୁକୁ ଓ ପଶୁ ସ୍ୱଭାବକୁ ପରିବର୍ତ୍ତନ କରି ତା’ ପରିବର୍ତ୍ତେ ସମ୍ବେଦନଶୀଳତାର ମଧୁର ଆବେଗକୁ ଯୋଡ଼ି ଦେଇପାରେ । ମଣିଷ ଓ ପଶୁକୁ ରୂପାନ୍ତରିତ କରି ଦେଇପାରେ ଦୈବୀସତ୍ତାରେ । ହୁଏତ ମଣିଷ ହିପୋକ୍ରାଟ ବା ସ୍ୱାର୍ଥସର୍ବସ୍ୱ ହୋଇପାରେ; ମାତ୍ର ମାନବେତର ଜୀବ ଅକୃତଜ୍ଞ ନୁହେଁ । ମୃତ୍ୟୁପରେ ବି ତା’ ପ୍ରେମାବେଗ ସେହିପରି ରହିଥାଏ ନିଷ୍କଳଙ୍କ । ଦସ୍ୟୁର ଶିଶୁପୁତ୍ର ପଶୁମାନଙ୍କ ମେଳରେ ମାନବିକ ଗୁଣ ହରାଇ ପଶୁରେ ରୂପାନ୍ତରିତ ହୁଏ ଓ ତାର ପ୍ରେମ ଏବଂ ଆବେଗିକ ସମ୍ପର୍କ ଗଢ଼ିଉଠେ ଏକ ହରିଣୀ ସହିତ । ମାନ-ଅଭିମାନ ଭିତରେ ଧରାବନ୍ଧା ଜୀବନ ବିତିଯାଉଥିବା ସମୟରେ ରାତ୍ରିର ଅନ୍ଧକାରରେ ପଥ ଭୁଲି ଷୋଡ଼ଶୀ ଶବରୀ କନ୍ୟା ସେହି ଗୁହା ନିକଟରେ ପହଞ୍ଚେ ଓ ପ୍ରଥମେ ମଣିଷରୂପୀ ପଶୁର ଭୟଙ୍କର ରୂପରେ ଅଚେତା ହୁଏ । ମାତ୍ର ଚେତନା ଫେରି ପାଇବା ପରେ ତାର ଶ୍ରଦ୍ଧାର ଆଚରଣ ଶବରୀକନ୍ୟା ମନରେ ସୃଷ୍ଟିକରେ ଭାବାନ୍ତର । ସମ୍ପର୍କ ନିଏ ଭିନ୍ନମୋଡ଼ । ଶବରୀ କନ୍ୟା ଆଧିପତ୍ୟ ବିସ୍ତାରକରେ ଜଙ୍ଗଲି ମନ ଉପରେ । ନିରୀହା ମୃଗୁଣୀ ହୁଏ ଶବରୀ କନ୍ୟାର ଈର୍ଷା ଓ ନିର୍ଯ୍ୟାତନାର ଶିକାର । ସେହି ମୋହରେ ଜଙ୍ଗଲିର ଆଚରଣ ମଧ୍ୟ ବଦଳେ । ହଠାତ୍ ଶବରର ଆବିର୍ଭାବ ସମ୍ପର୍କର ସଂଜ୍ଞା ବଦଳାଏ । କନ୍ୟା ପିତା ସହିତ ଫେରିଯାଉଥିବାବେଳେ ଜଙ୍ଗଲିର ପ୍ରତିରୋଧରେ ପ୍ରତିଶୋଧ ପରାୟଣ ଶବର ଶର ନିକ୍ଷେପ କରି ଚାଲିଯାଏ କନ୍ୟା ସହିତ । ଏହା ପରେ କ’ଣ ଘଟେ? କ’ଣ ହୁଏ ଜଙ୍ଗଲିର ଅବସ୍ଥା? କି ପ୍ରତିକ୍ରିୟା ସୃଷ୍ଟି ହୁଏ ମୃଗୁଣୀ ମନରେ । ଅନ୍ତିମ ପରିଣତି ଜାଣିବା ପାଇଁ ଆସନ୍ତୁ ଶୁଣିବା ଏକ ମାନବିକ ସମ୍ବେଦନଶୀଳ ଗଳ୍ପ ‘ଜଙ୍ଗଲି’ ।

9 responses to “Jungli”

  1. Shreyashree Jena says:
    (5/5)
  2. shwetapadmathejena@gmail.com says:
    (5/5)
  3. sushree sangita Lenka says:
    (5/5)
  4. Rajdeep.Jena says:
    (5/5)
  5. M.R Gladish says:

    Excellent 👌👍

    (5/5)
  6. Sai Sanjibani Bal says:
    (5/5)
  7. Sushil Kumar khuntia says:

    Very sad

    (5/5)
  8. Binesh thatoi says:

    very good story

    (1/5)

Comments