N Aa
Add to Library  

କଳନ୍ତର ବା ସୁଧ ଘୋଡାଠୁ ଅଧିକ ଦ୍ରୁତ ବେଗରେ ଦୌଡ଼େ । ବୁଝିପାରିଲେନି ବୋଧେ…? ସୁଧରେ ଟଙ୍କା ନେଇ ଠିକଣା ସମୟରେ ପରିଶୋଧ ନ କରି ତଳି ତଳାନ୍ତ ହେବା ସମାଜରେ ଏକ ପରିଚିତ ଘଟଣା । କିନ୍ତୁ ସୁଧରେ ଟଙ୍କା ନଉଥିବା ଲୋକଟି ଯଦି ଅନାଟନରେ ପଡ଼ି ଟଙ୍କା କରଜ ନେଇଥାଏ, ଆଉ ପୁଣି ସେ ଅଶିକ୍ଷିତ ହେଇଥାଏ , ତେବେ ତା’ର ଦୁର୍ଗତି ବିଷୟରେ କଳ୍ପନା ହିଁ କରାଯାଇ ପାରେନା । ସୁଧ ଟଙ୍କା ପଇଠ ନ କରିପାରି ଗରିବ ସହଦେବ ରେଙ୍ଗୁନ୍ ଚାଲିଯାଏ । ଦିନରାତି କଠିନ ପରିଶ୍ରମ କରି ସାହୁକାର ପାଖକୁ ଟଙ୍କା ପଠେଇ ସେ ଋଣମୁକ୍ତ ହୁଏ । ତା’ପରେ, ଏକ ସ୍ଵାଧୀନ ସୁଖମୟ ଜୀବନର ପରିକଳ୍ପନା କରି ସେ ଫେରିଆସେ ତା’ ଭିଟା ମାଟିକୁ, ଯେଉଁଠି ତାକୁ ଅପେକ୍ଷା କରି ରହିଥାଏ ତା’ର ପ୍ରିୟତମା ପତ୍ନୀ ଲାସ୍ୟମୟୀ ଯଶୋଦା । ରେଙ୍ଗୁନ୍ ରୁ ଫେରିବା ପରେ ସହଦେବ କ’ଣ ଜୀଇଁ ପାରେ ତା’ ସ୍ଵପ୍ନର ପରିକଳ୍ପିତ ଜୀବନ ? ଏ ପ୍ରଶ୍ନର ଉତ୍ତର ଆମକୁ ମିଳିଯିବ କାହାଣୀ “ମୁଁ ଯେ ରେଙ୍ଗୁନ୍ ରୁ ଫେରିଲି” ରେ ।

ଏଇ ମର୍ମରେ ଆସନ୍ତୁ ଶୁଣିବା, ପ୍ରଥିତଯଶା ଗାଳ୍ପିକ ଗୋଦାବରୀଶ ମହାପାତ୍ରଙ୍କର ଏଇ କରୁଣ ଗଳ୍ପ “ମୁଁ ଯେ ରେଙ୍ଗୁନ୍ ରୁ ଫେରିଲି” ।

Comments