N Aa
Add to Library  

୧୯୨୨ ମସିହାରେ ଜନ୍ମିତ ଗାଳ୍ପିକ ସ୍ଵର୍ଗତ ସୁରେନ୍ଦ୍ର ମହାନ୍ତି ଜୀବନ ବ୍ୟାପି ସାରସ୍ଵତ ସାଧନା, ଲୋକସେବା ଓ ରାଜନୀତିରେ ବ୍ରତୀଥିଲେ । ଏକଦା ଓଡିଆ ସାହିତ୍ୟ ଏକାଡେମୀର ସଭାପତି ପଦବୀ ମଣ୍ଡନ କରିବା ସହ ପଦ୍ମଶ୍ରୀ, ଓଡିଶା ସାହିତ୍ୟ ଏକାଡେମୀ ସାରଳା ପୁରସ୍କାର ସାହିତ୍ୟ ଅକାଦମୀ ଭଳି ଅନେକ ପୁରସ୍କାର ସମ୍ମାନର ସେ ଥିଲେ ବିରଳ ଅଧିକାରୀ । ୧୯୯୦ ମସିହାରେ ତାଙ୍କର ମୃତ୍ୟୁ ଓଡିଆ ସାହିତ୍ୟ ପାଇଁ ଥିଲା ଏକ ଅପୂରଣୀୟ କ୍ଷତି ।
ବିଂଶ ଶତାବ୍ଦୀର ମଧ୍ୟାହ୍ନରେ ସାରା ଭାରତରେ ବାମପନ୍ଥୀ ଚିନ୍ତାଧାରା, ସାମ୍ୟବାଦ ଓ ଉଗ୍ର ଆତଙ୍କବାଦ ଅଳ୍ପେ ବହୁତେ ଜନଜୀବନକୁ ପ୍ରଭାବିତ କରିଥିଲା । ବିଭିନ୍ନ ଶ୍ରେଣୀ ଓ ଗୋଷ୍ଠୀରେ ବିଭକ୍ତ ଭାରତୀୟ ସାମାଜିକ ଚେତନାରେ ଏହା ଅନେକାଂଶରେ ପ୍ରତିଫଳିତ ହୋଇଥିଲା । ବିଶେଷ କରି ଶିକ୍ଷିତ ବେକାର ଯୁବଗୋଷ୍ଠୀଙ୍କ ଭିତରେ ଏହା ସୃଷ୍ଟି କରିଥିଲା ଏକ ବୈପ୍ଳବିକ ଆଲୋଡନ । ଏଇ ପ୍ରେକ୍ଷାପଟ୍ଟରେ, ବାମପନ୍ଥୀ ଚିନ୍ତାଧାରା ଓ ସାମ୍ୟବାଦର ମୂଳ କେନ୍ଦ୍ର ପାଲଟିଥିବା କଲିକତା ସହରର କିଛି ବିପ୍ଳବୀ ଯୁବ ଚରିତ୍ରଙ୍କ ମାନସିକତା ଓ କାର୍ଯ୍ୟପଦ୍ଧତିକୁ ନେଇ ସୁରେନ୍ଦ୍ର ମହାନ୍ତିଙ୍କର ଏଇ ଭିନ୍ନ ସ୍ଵାଦର ଗଳ୍ପ “ଓ! କାଲକାଟା” ଯେତିକି ରୋମାଞ୍ଚକର ସେତିକି ଚିତ୍ତାକର୍ଷକ । ଶ୍ରେଣୀ ବିଭାଜନ ଓ ଅପଶକ୍ତିର ପ୍ରୟୋଗ ମାଧ୍ୟମରେ କ୍ଷମତା ହାସଲ କରିବାର ପରିକଳ୍ପିତ ଚିତ୍ର ଦ୍ଵାରା ଗାଳ୍ପିକ ଶ୍ରୀ ମହାନ୍ତି ଶିକ୍ଷିତ ଅଥଚ ବେକାର ଯୁବଗୋଷ୍ଠୀଙ୍କ ଭିତରେ ହିଂସ୍ର ମାନସିକତାକୁ ପରିଭାଷିତ କରିଛନ୍ତି ଏହି ଗଳ୍ପରେ । ଶୁଭେନ୍ଦୁ ଭଳି ଜଣେ କୃତୀ ଛାତ୍ର, ଗୁରୁ ପରି ଶିକ୍ଷିତ ନକ୍ସଲର ଦଳରେ ଯୋଗ ଦେଇ ସମାଜରେ ସାମ୍ୟବାଦ ଆଣିବା ପାଇଁ ସ୍ଵପ୍ନ ଦେଖିଛି । କିନ୍ତୁ ଏହାର ପରିଣତି ହୋଇଛି ଯେତିକି କଠୋର ସେତିକି କରୁଣ ମଧ୍ୟ । ସ୍ଵପ୍ନର ହାଟରେ ଘୂରି ବୁଲୁଥିବା ଶୁଭେନ୍ଦୁ ଗୋଟେ ଇଜିମ୍ ର ଜାଲରେ ଛନ୍ଦି ହେଇ ପଡି ନିଜର ପ୍ରାଣ ହରେଇବସିଛି । କେମିତି ଆଉ କୋଉ ପରିପ୍ରେକ୍ଷୀରେ ଶୁଭେନ୍ଦୁ ଭଳି ଜଣେ ଉଦ୍ଦୀୟମାନ ପ୍ରତିଭାସମ୍ପନ୍ନ ଯୁବକର ମୃତ୍ୟୁ ଘଟେ – ଆସନ୍ତୁ ଶୁଣିବା ଏଇ ପ୍ରଖ୍ୟାତ କଥାଶିଳ୍ପୀଙ୍କର କାଳଜୟୀ କାହାଣୀ – “ଓ! କାଲକାଟାକୁ” ।

One response to “O! Kalkata!!”

  1. Bijuli Rani Das says:
    (4/5)

Comments