N Aa
Add to Library  

ଆମେ ଆଜି ବଞ୍ଚୁଥିବା ନବ ସଭ୍ୟ ବସ୍ତୁବାଦୀ ଦୁନିଆରେ ମାନବୀୟ ମୂଲ୍ୟବୋଧ ଯେ ହ୍ରାସ ପାଇବାରେ ଲାଗିଛି ଏ କଥାରେ କୌଣସି ସଭ୍ୟ ଶିକ୍ଷିତ ମଣିଷ ଦ୍ଵିମତ ହେବେ ନାହିଁ । ସମୟାନୁକ୍ରମେ ବାହାଘର ଭଳି ପବିତ୍ର ଅନୁଷ୍ଠାନ ଫମ୍ପା ଆଡମ୍ବରକୁ ନେଇ ଲୋକ ଦେଖାଣିଆ ହେବାରେ ଲାଗିଛି । ନା ଏଥିରେ ଅଛି ଆନ୍ତରିକତା, ସ୍ଵୀକୃତି, ଉତ୍ସବର ପ୍ରକୃତ ଆନନ୍ଦ ନା କାହାର ସ୍ଵାଭିମାନ ପ୍ରତି ଶ୍ରଦ୍ଧା କି ସମ୍ମାନ । କିନ୍ତୁ ଆମେ ଯଦି ୬୦ ବା ୭୦ ଦଶକକୁ ଫେରି ଚାହିଁବା, ତେବେ ତତ୍କାଳୀନ ସମାଜରେ ମାନବୀୟ ମୂଲ୍ୟବୋଧ, ଏହାର ମର୍ଯ୍ୟାଦା ଓ ଏହାର ପ୍ରତିଷ୍ଠା ଆଗରେ ଆମ ସମସ୍ତଙ୍କୁ ମୁଣ୍ଡ ନୁଆଇଁବାକୁ ପଡ଼ିବ । ରାଉତରା ଘରର ପୁଅ ରୁଷି ଆଉ ବାପ ସାଙ୍ଗରେ ପାଣି କାଦୁଅ ହେଇ ବିଲ କାମ କରୁଥିବା କନ୍ଧ ଗୋଚ୍ଛିର ଝିଅ ସତ୍ୟଭାମା ଭିତରେ ଗଢିଉଠିଥିବା ପ୍ରେମ ସମ୍ପର୍କ ଓ ବିବାହକୁ ନେଇ ଦେଖା ଦେଇଥିବା ଦ୍ଵନ୍ଦ୍ଵର ଅବସାନ କେବଳ ସମ୍ଭବ ହୁଏ ଅନୁରାଗ, ଶ୍ରଦ୍ଧା, ସମ୍ମାନ ଓ ସ୍ଵାଭିମାନ ଭଳି ମାନବୀୟ ମୂଲ୍ୟବୋଧର ପରାକାଷ୍ଠା ପାଇଁ । ଛୋଟ ଗପଟିଏ । କିନ୍ତୁ ବହୁତ ବଡ଼ କଥାଟିଏ ଶିଖିବାର ଉପାଦାନ ଲୁଚିଛି ୟା’ରି ଭିତରେ ।

ଗୋଦାବରୀଶ ମହାପାତ୍ରଙ୍କର ଆଉ ଏକ କାଳଜୟୀ ସୃଷ୍ଟି ଗଳ୍ପ – “ପ୍ରେମର ଫସଲ” । ଆସନ୍ତୁ ଶୁଣିବା….

2 responses to “Premara Fasala”

Comments