N Aa
Add to Library  

ମଣିଷର ତ୍ୟାଗ ଓ ଉତ୍ସର୍ଗୀକୃତ ଜୀବନ ତାକୁ କରିଥାଏ ମାନବରୁ ମାଧବରେ ରୂପାନ୍ତରିତ । ସେତେବେଳେ ବ୍ୟକ୍ତି ଆଉ ବ୍ୟକ୍ତି ହୋଇ ରହେ ନାହିଁ; ବରଂ ଏକ ମାନବିକ ଚେତନାରେ ହୋଇଥାଏ ରୂପାନ୍ତରିତ । କ୍ଷୁଦ୍ର ମଧ୍ୟରେ ବୃହତ ଏ ଭାବଧାରା ତାଙ୍କୁ କାଳକାଳ ପାଇଁ ଅମର କରି ଦେଇଥାଏ ଇତିହାସ ପୃଷ୍ଠାରେ । ସେ ଆଉ ଜୀବନ୍ତ ମଣିଷର ପରିଚୟ ନେଇ ବଞ୍ଚେନାହିଁ, ସେ ହୋଇଉଠେ ଏକ ଆଦର୍ଶ । ତାର ଧରାବରତରଣ ଆଉ ଏକ ଯୁଗକୁ ସଙ୍କେତ କରିଥାଏ । ସ୍ଥୂଳତାକୁ ଅତିକ୍ରମି ଏକ ସୂକ୍ଷ୍ମ ଭାବାଲୋକରେ ସେ ବିଚରଣ କରେ । ଜନ୍ମ ଓ ମୃତ୍ୟୁର ପାର୍ଥକ୍ୟ ରେଖା ମଧ୍ୟରେ ସେ ଆବଦ୍ଧ ହୋଇ ରହେ ନାହିଁ । ଦେବକୀର ବାଳୁଙ୍ଗା, ହୁଣ୍ଡାଗୁଣ୍ଡା ପୁଅ ଉତ୍ସର୍ଗୀକୃତ ମାନବିକତାର ଗୋଟିଏ ମୁଗ୍ଧ ରୂପ । ତାର ଆଚରଣ ସମାଜରେ ଶଙ୍କା ସୃଷ୍ଟି କରୁଥିଲେ ହେଁ, ତାର ଆତ୍ମ ବଳିଦାନ ହିଁ ପ୍ରମାଣିତ କରିଦେଇଛି ତାର ଦେବତ୍ୱର ମହିମାକୁ । ତାର ଜାନ୍ତବ ଦେହ ମଧ୍ୟରେ ଦେବତ୍ୱର ଯେଉଁ ମହିମା ପ୍ରକଟିତ ହୋଇଛି, କାଳବକ୍ଷରେ ତାହା ରହିଯାଇଛି ଚିର ଅମ୍ଳାନ । ନଈବଢ଼ିରେ ବନ୍ଧ ଭାଙ୍ଗି ଗ୍ରାମକୁ ଧ୍ୱଂସ କରିବାକୁ ଉଦଗ୍ର ବେଗରେ ବନ୍ୟାପାଣି ମାଡ଼ିଆସୁଥିବା ସମୟରେ କବାଟଟିକୁ ଘାଇ ମୁଣ୍ଡରେ ରଖି ଆତ୍ମବଳିଦାନର ଯେଉଁ ନିଦର୍ଶନ ଦେଖାଇଛି, ତାହା ଅନନ୍ୟ । ଅନନ୍ତା ଏବଂ ମାତା ଦେବକୀର ଜୀବନଗାଥାର ଅନ୍ତିମ ପରିଣତି ଜାଣିବା ପାଇଁ ଶୁଣନ୍ତୁ ଫକୀରମୋହନଙ୍କ ଅନ୍ୟତମ କ୍ଲାସିକ୍ ଗଳ୍ପ ‘ରାଣ୍ଡୀପୁଅ ଅନନ୍ତା’ ।

8 responses to “Randipua Ananta”

  1. ajay.kumar2012@teachforindia.org says:

    Beautiful Recitation. I really like it. my son enjoy the same a lot. Thanks to Team for this attempt to Revive our Vast Odia Literature.

    (4/5)
  2. debasish says:

    ଏହା ହେଉଛି ଫକୀମୋହନଙ୍କ କାଳ ଯାଇ ଉପନ୍ୟାସ ।
    ଏହା ଯେତେବେଳେ ସୁଣୀଲେ ବି ନୂଆ ଲାଗିବ।
    ୧୦ବର୍ଷ ପୂର୍ବରୁ ଶୁଣ ଆବା ଏବେ ନୂଆ ଲାଗିବ ନିଶ୍ଚୟ !

    (4/5)

Comments