N Aa
Add to Library  

ପାଶ୍ଚାତ୍ୟ ଶିକ୍ଷାର ଏକ ନକାରାତ୍ମକ ଦିଗର ଚିତ୍ର ପରିଲକ୍ଷିତ ହୁଏ ‘ସଭ୍ୟ ଜମିଦାର’ ଗଳ୍ପରେ । ପାଶ୍ଚାତ୍ୟ ଶିକ୍ଷାର ଅପପ୍ରୟୋଗ ଓଡ଼ିଆ ସମାଜରେ ଯେଉଁ ଭିନ୍ନ ସଂସ୍କୃତିଟିଏ ତିଆରି କରିଥିଲା, ତାହା ଥିଲା ଆମ ସାମାଜିକ ପରମ୍ପରା ଓ ମୂଲ୍ୟବୋଧର ସମ୍ପୂର୍ଣ ବିପରୀତ । ଅନାଥ ଗୋପାଳ, ମହାଜନ ବଳରାମଙ୍କ ଦୟାରୁ ଆତ୍ମନିର୍ଭରଶୀଳ ହେଲାପରେ ନିଜର ପୁତ୍ର ସନ୍ତାନ ରାଜୀବର ଶିକ୍ଷାପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ସନ୍ନିପାତ ରୋଗରେ ତାଙ୍କର ମୃତ୍ୟପରେ ଲୋକମାନଙ୍କର କ୍ରନ୍ଦନ ରାଜୀବଙ୍କ ଦୃଷ୍ଟିରେ ପରିଗଣିତ ହୋଇଛି କୁସଂସ୍କାର ରୂପେ । ଜ୍ଞାନବର୍ଦ୍ଧିନୀ ‘ସ୍ତ୍ରୀ ସ୍ୱାଧୀନତା’ ସଭା ମାଧ୍ୟମରେ ମୂର୍ଖତା ଓ କୁସଂସ୍କାରକୁ ଦୂର କରିବାକୁ ସେ ଅବଳା ଓ ଭଗ୍ନୀମାନଙ୍କୁ ଚାରିକାନ୍ଥ ମଧ୍ୟରୁ ବାହାରକୁ ଆଣିବା ଉଚିତ୍ ବୋଲି ମତ ଦେଇଛନ୍ତି । ଦେଶୀକନ୍ୟା ବଦଳରେ ଆସାମ ଚା’ ବଗିଚାର କୁଲି ମକ୍ରା ମଳିକ ପଦୋନ୍ନତି ପାଇ ସାହେବଙ୍କ ଖାନସମା ହୋଇଥିବା ବ୍ୟକ୍ତିର ଶିକ୍ଷିତା କନ୍ୟା ନୟନତାରା-ଦୁଃଖପାଶୋରାକୁ ଆଡ଼ମ୍ବର ସହିତ ବିବାହ କରିଛି । ପାରମ୍ପରିକ ରୀତିନୀତିକୁ ଘୃଣା କରୁଥିବା ଶିକ୍ଷିତା ପତ୍ନୀ ଶାଶୂଙ୍କୁ ଅବମାନନା କରିବାରୁ ସେ ଘରଛାଡି ପୁରୀକୁ ଚାଲିଯାଇଛନ୍ତି । ଅଯଥା ଖର୍ଚ୍ଚ ପାଇଁ ନିଜର ସମସ୍ତ ସଂପତ୍ତି ହରାଇଛନ୍ତି । ଆଧୁନିକ ପାଶ୍ଚାତ୍ୟ ଶିକ୍ଷାଭିମାନୀଙ୍କ ଭ୍ରାନ୍ତ ଆଭିଜାତ୍ୟବୋଧର ଶେଷ ପରିଣତି କ’ଣ ହୋଇପାରେ ତାହା ଜାଣିବା ପାଇଁ ଶୁଣନ୍ତୁ ‘ସଭ୍ୟ ଜମିଦାର’ ଗଳ୍ପଟିକୁ ।

3 responses to “Sabhya Jamidar”

  1. sushree sangita Lenka says:
    (5/5)
  2. sushree sangita Lenka says:
    (5/5)
  3. sushree sangita Lenka says:
    (5/5)

Comments