କିତିନି ହୈ ବଦନସୀବ ଜାଫର୍
ଦଫନ୍ କେ ଲିୟେ ଦୋ ଗ’ଜ ଜମିନ୍ ଭି ନା ମିଲି କୁଇୟାର ମେ
ହେ ଜାଫର୍; କେଡ଼େ ହତଭାଗ୍ୟ ତୁମେ ! କବର୍ ନେବା ପାଇଁ ପ୍ରିୟାର ଗଳିରେ ତୁମପାଇଁ ଦୁଇଗଜ ଜମି ସୁଦ୍ଧା ମିଳିଲା ନାହିଁ । ଭାରତର ଶେଷ ମୋଗଲ୍ ସମ୍ରାଟ୍ ମହମ୍ମଦ୍ ବାହାଦୁର୍ ଶାହାଜାଫରଙ୍କ ଶେଷ ଅନୁଭବର ଶେର୍ । କୋମ୍ପାନୀ ସରକାରଙ୍କ ନିର୍ଦ୍ଦେଶରେ ବିନା ଦୋଷରେ ଦିଲ୍ଲୀଠାରୁ ବହୁ ଦୂରରେ ରେଙ୍ଗୁନ୍ ସେଣ୍ଟ୍ରାଲ୍ ଜେଲ୍ ର ନିରୁଦ୍ଧ କରାକକ୍ଷରେ ବନ୍ଦୀ ଜୀବନ ବିତାଉଥିଲେ ଶେଷ ମୋଗଲ୍ ସମ୍ରାଟ୍ । ମେଜର୍ ଜେନେରାଲ୍ ନିକଲସନ୍ ପେନୀ ୮୪ ବର୍ଷର ଜୀର୍ଣ୍ଣକଙ୍କାଳ ବାହାଦୁର୍ ଶାହଙ୍କୁ ପଠାଇ ଦେଇଥିଲେ ରେଙ୍ଗୁନ୍ ନିଜ ଶାସନର ଭବିଷ୍ୟତ ନିରାପତ୍ତା ଦୃଷ୍ଟିରୁ । ତାଙ୍କ ଅନ୍ତିମ ଅଭିଳାଷ ଥିଲା, ପ୍ରିୟ ଦିଲ୍ଲୀଠାରେ ସମାଧିରେ ନେବେ ଶେଷ ବିଶ୍ରାମ । ସେଇଥିପାଇଁ ମେହେରାଲୀରେ ନିଜପାଇଁ ତିଆରି କରାଇଥିଲେ ମାର୍ବଲ୍ ଆଉ ଜୟପୁରୀ ଡ଼ାଳମ୍ବା ପଥରରେ ମକବରା । ଦେୱାନ୍-ଇ-ଖାସ୍ ମସନଦ୍ ର ଐଶ୍ୱର୍ଯ୍ୟ, ମୁଜରେଓ୍ଵାଲିଙ୍କ ପାଦର ନୂପୁର, ବୁଲବୁଲଙ୍କ କାକଳି, ଶୟରୀଙ୍କ ଶେର୍- ତାଙ୍କ ପାଇଁ ଅତୀତ ଓ ସ୍ୱପ୍ନ । ସେ ତା ଥିଲେ ସମ୍ରାଟ୍ ଅପେକ୍ଷା ଅଧିକ କବି । ମହମ୍ମଦ ବଂଶଧରଙ୍କ ଷଢ଼ଯନ୍ତ୍ରର ହୋଇଥିଲେ ଶିକାର । ହୁମାୟୁନଙ୍କ ସମାଧି ନିକଟରେ ଆତ୍ମଗୋପନ ବେଳେ ପ୍ରିୟତମ ବେଗମ୍ ଜିନତ୍ ମହଲଠାରୁ ପତ୍ତା ଯୋଗାଡ଼ କରି କୋମ୍ପାନୀର କ୍ୟାପଟେନ୍ ଦ୍ୱାରା ହୋଇଥିଲେ ଧୃତ । କୁଦରତ୍ ଖେଳରେ ସେ ପରାଜିତ ନାୟକ । ମୃତ୍ୟୁକୁ ଅପେକ୍ଷା କରିଥିବା ସମ୍ରାଟ୍ ବାହାଦୁର୍ ଶାହାଜାଫରଙ୍କ ଗୋଟିଏ ଶେଷ ମାଗୁଣି ଥିଲା କୋମ୍ପାନୀ ସରକାରଙ୍କ ନିକଟରେ । କ’ଣ ଥିଲା ସେହି ଶେଷ ମାଗୁଣି? କେଉଁ ମିଥ୍ୟାପରାଧରେ ବନ୍ଦୀ ହୋଇଥିଲେ ଶେଷ ମୋଗଲ୍ ସମ୍ରାଟ୍ । ପୁରଣ ହୋଇଥିଲାକି ତାଙ୍କର ଶେଷ ମାଗୁଣି? ଏହାର ସବିଶେଷ ବିବରଣୀ ଜାଣିବା ନିମିତ୍ତ ଶୁଣନ୍ତୁ ଇତିହାସର ସେହି କ୍ରୁର ଦୁଃଖଦ ଘଟଣା ଉପରେ ଆଧାରିତ ଗଳ୍ପ ‘ସୂର୍ଯ୍ୟାସ୍ତର ସାହାନାଇ’ ।