N Aa
Add to Library  

ଗୋଟିଏ ନଷ୍ଟାଲଜିକ୍ ଆଭିମୁଖ୍ୟ ମଧ୍ୟରେ ମଣିଷଟିଏ ବଞ୍ଚିବାର ସ୍ଵପ୍ନ ଦେଖେ; ମାତ୍ର ଆଧୁନିକତାର ସର୍ବଗ୍ରାସୀ ରୂପ ତା’ର ସ୍ୱପ୍ନକୁ ଭାଙ୍ଗି କରିଦିଏ ଚୁରମାର୍ । ଜଗତୀକରଣ ଯୁଗରେ ବଞ୍ଚିବାର ପ୍ରତିଯୋଗିତା ମଣିଷକୁ ତା’ର ସରଳତା, ଭାବପ୍ରବଣତା ଓ ମୂଲ୍ୟବୋଧଠାରୁ ଦୁରେଇ ନେଇ ଚାଲିଥାଏ । ପାରିବାରିକ ସୌହାର୍ଦ୍ଦ୍ୟ ଓ ମମତା ପ୍ରତିବଦଳରେ ଅର୍ଥ ଏବଂ କ୍ଷମତା ତା’ପାଇଁ ଅଧିକ କାମ୍ୟ । ସମ୍ପର୍କ କେବଳ ଏକ ମାନସିକ ଆବେଗ ମାତ୍ର । ଜୀବନ ଯୁଦ୍ଧରେ ଆଧୁନିକ ମଣିଷ ତା’ର ମାନବିକପଣିଆକୁ ହତ୍ୟା କରିବାକୁ ମଧ୍ୟ କୁଣ୍ଠା ପ୍ରକାଶ କରେ ନାହିଁ । ଗ୍ରାମର ସରଳତା ମଧ୍ୟକୁ ସହରର କୃତ୍ରିମତା ପ୍ରବେଶ କରି ସରଳ ମଣିଷକୁ ସ୍ଵାର୍ଥୀ ବ୍ୟକ୍ତିକୈନ୍ଦ୍ରିକରେ ପରିଣତ କରିଦେଇଛି । ଗ୍ରାମର ବେଙ୍ଗଳା, ପହିଲି ଶୀତ ସକାଳର   କାକର ଭିଜା ସୂର୍ଯ୍ୟାଲୋକ, ଛୋଟ ବେସରଦିଆ ମାଛର ସ୍ୱାଦ, ଧାନଫୁଲ ଉଡେଇବାର ଚିତ୍ତବିନୋଦନ ଦୃଶ୍ୟ, ହଳଦିଆ ପାଚିଲା ଧାନର ସୁନାକ୍ଷେତ, ଧାନ ଅମଳ ବେଳେ ଚାଷୀର ମନମତାଣିଆ ଗୀତ ଆଜି ସ୍ଵପ୍ନ । ମାନବିକ ମୂଲ୍ୟର ଅବକ୍ଷୟ ସମ୍ପର୍କର ଗୁରୁତ୍ୱ ବୁଝେ ନାହିଁ । ସହରୀ ମଣିଷ ଗ୍ରାମର ସେହି ସବୁଜତା ଓ ସରଳତା ସହିତ ହଜିଯିବାକୁ ନଗର ସଭ୍ୟତାର କୋଳାହଳରୁ ମୁହୂର୍ତ୍ତଟିଏ ବିଶ୍ରାମ ନେବାକୁ ଆଉ ଗାଁକୁ ଯାଉନାହିଁ । ଗାଁ ତ ଥିଲା ଗୋଟିଏ ଅସମାପ୍ତ ମଧୁଝରା କବିତାଟିଏ । ଆଜି ମଣିଷର ଅହଂ ସେହି କବିତାର ଅକାଳ ମୃତ୍ୟୁ ଆଣିଛି । ଆସନ୍ତୁ ସେହି କବିତାର ଅକାଳ ମୃତ୍ୟୁର କାରଣ ଖୋଜିବା ଅଖିଳମୋହନଙ୍କ ଅନ୍ୟତମ ଶ୍ରେଷ୍ଠ ଗଳ୍ପ “ଗୋଟିଏ କବିତାର ମୃତ୍ୟୁ’ ରେ ।

Comments